କୃଷି ଯନ୍ତ୍ରପାତି ଯୋଗାଣରେ ଦୁର୍ନୀତି ! ରାଜରାସ୍ତାକୁ ଓହ୍ଲାଇଲା ବିଜେପି କିଷାନ ମୋର୍ଚ୍ଚା

By ETV Bharat Odisha Team

Published : Aug 22, 2023, 8:04 PM IST

thumbnail

କେନ୍ଦୁଝର: ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କିଣା କାରବାରରେ ଦୁର୍ନୀତି କରିଥିବା ଅଭିଯୋଗ କରିଛି ବିଜେପି କିଷାନ ମୋର୍ଚ୍ଚା । ପିଏମ୍ କିଷାନ ସମ୍ମାନ ଯୋଜନାରେ ଓଡ଼ିଶା ସରକାର ତାଲିକା ଦେଉନାହାନ୍ତି । ଫଳରେ ୩୦ ଲକ୍ଷ ଚାଷୀ ଏଥିରୁ ବଞ୍ଚିତ ହେଉଥିବା ବିଜେପି ଅଭିଯୋଗ କରିଛି । କେନ୍ଦ୍ର ସରକାର ଦେଉଥିବା ସାର ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ରାଜ୍ୟ ସରକାର ବିକୁଛନ୍ତି । ଏହି ସବୁ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି ବିଜେପି କିଷାନ ମୋର୍ଚ୍ଚା । 

ଏନେଇ ଦଳ ପକ୍ଷରୁ ସାରା ରାଜ୍ୟରେ ଅଗଷ୍ଟ ୨୧ ରୁ ୨୫ ପର୍ଯ୍ୟନ୍ତ ସବୁ ଜିଲ୍ଲାର ଉପଜିଲ୍ଲାପାଳ ଘେରାଉ କରାଯାଉଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନରେ ବୈତରଣୀ ନଦୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ଦାବି କରି ବିଜେପି କୃଷକ ମୋର୍ଚ୍ଚା ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଶତାଧିକ କର୍ମକର୍ତ୍ତା ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । 

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.