ନିର୍ବାଚନ ପାଇଁ ନିଆଳି ବିଜେଡିର ପ୍ରସ୍ତୁତି, ଚତୁର୍ଥ ଥର ପ୍ରମୋଦଙ୍କୁ ବିଧାୟକ କରିବାକୁ କର୍ମୀ ନେଲେ ସଂକଳ୍ପ

By ETV Bharat Odisha Team

Published : Dec 10, 2023, 7:39 PM IST

thumbnail

ନିଆଳି: ଆଗକୁ ଆସୁଛି ସାଧାରଣ ନିର୍ବାଚନ ।‌ ୨୦୨୪ ନିର୍ବାଚନ ପାଇଁ ନିଆଳି ବିଜେଡି ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ । ଏଥିପାଇଁ କର୍ମୀ ସମ୍ମିଳନୀ ମାଧ୍ୟମରେ ଦଳକୁ ମଜବୁତ କରିବା ପାଇଁ ବିଧାୟକ ଏବଂ କର୍ମୀ ଆରମ୍ଭ କଲେଣି ଜୋରଦାର ଉଦ୍ୟମ । କର୍ମୀ ସମ୍ମିଳନୀ ମାଧ୍ୟମରେ କର୍ମୀ ଏବଂ ଭୋଟରମାନଙ୍କୁ ଦେଲେଣି ଗୁରୁମନ୍ତ୍ର । ଏନେଇ ନିଆଳି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ।  

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବୀ କନ୍ଦଳ ଦ୍ବିପାଞ୍ଚଳ ସ୍ଥିତ ସିଠାଳୋ ପଞ୍ଚାୟତ ଶାସନପଦା ନିକଟରେ ବିଜେଡି ଦଳ ପକ୍ଷରୁ ଏଅ କର୍ମୀ ସମ୍ମିଳନୀ ସହିତ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବା ସହ ନିଆଳିରେ ପ୍ରମୋଦ କୁମାର ମଲ୍ଲିକଙ୍କୁ ପୁଣିଥରେ ବିଧାୟକ ଭାବରେ ନିର୍ବାଚିତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ନିଆଳି ଆସନ ପାଇଁ ବିଜେଡି ଦଳ ପାଇଁ 6 ଜଣରୁ ଅଧିକ ବିଜେଡି ଟିକେଟ ରେସରେ ରହିଥିବା ବେଳେ ନିଆଳି, କଣ୍ଟାପଡ଼ା ବ୍ଲକ ବାରଙ୍ଗ ବ୍ଲକର ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ବିଧାୟକଙ୍କ ସପକ୍ଷରେ ରହିଛନ୍ତି । ନିଆଳିର ବିଧାୟକ ପ୍ରମୋଦ କୁମାର ମଲ୍ଲିକ ମଧ୍ୟ ୨୦୨୪ ନିର୍ବାଚନ ପାଇଁ ନିଜକୁ ସାମିଲ କରିବା ପାଇଁ ବିଭିନ୍ନ ସମୟରେ କର୍ମୀ ସମ୍ମିଳନୀ କରିବା ଆରମ୍ଭ କରିବା ସହ ଚତୁର୍ଥ ଥର ବିଧାୟକ ହେବା ପାଇଁ କର୍ମୀ ଓ ଭୋଟରମାନଙ୍କୁ ଏବେଠୁ ଗୁରୁମନ୍ତ୍ର ଦେଲେଣି ।‌

ଏହା ମଧ୍ୟ ପଢ଼ନ୍ତୁ.........ଆଇଟି ରେଡକୁ ବିଜେଡିର ସ୍ବାଗତ; ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.