thumbnail

By ETV Bharat Odisha Team

Published : Nov 22, 2023, 7:20 AM IST

ETV Bharat / Videos

ବିଜେଡି ପକ୍ଷରୁ ଶହୀଦ ଦବାନ ଇଶ୍ବର ଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: ଜନ୍ମମାଟି କଳାହାଣ୍ଡିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ତ୍ରିପୁରାର ଅଗରତାଲାଠାରେ ଶହୀଦ ହୋଇଥିବା ବୀର ଯବାନ କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଇଶ୍ଵର ଚନ୍ଦ୍ର ଦୋରାଙ୍କୁ ଗତକାଲି ଜିଲ୍ଲା ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । BSF ଯବାନ ଇଶ୍ବର ଚନ୍ଦ୍ର ଦୋରା ଗତ ୧୭ ତାରିଖ ଦିନ କାର୍ଯ୍ୟରତ ଥିବା ସମସ୍ୟାରେ ସହିଦ ହୋଇଥିଲେ । ଗତ ୧୯ ତାରିଖ ଦିନ ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ତେବେ ଗତକାଲି ଶହୀଦଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦଙ୍କ ନେତୃତ୍ବରେ ସମସ୍ତ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ ।  ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ମଣ୍ଟୁ ନାଏକ, ପୌର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମହିଳା ସଂଗଠକ ସମିତା ମହାପାତ୍ରଙ୍କ ସମେତ ସମସ୍ତ ନେତା ଓ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ- Watch: ଜନ୍ମମାଟିରେ ଶହୀଦ ଯବାନ ଈଶ୍ବର ଚନ୍ଦ୍ରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.