thumbnail

ନୂଆପଡାରେ ଜନସମ୍ପର୍କ ବଢାଉଛି ବିଜେଡି, ପାଖକୁ ଯାଇ ବୁଝୁଛି ସମସ୍ୟା

By

Published : Oct 14, 2022, 7:46 AM IST

Updated : Feb 3, 2023, 8:29 PM IST

ନୂଆପଡା: ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଜନ ସମ୍ପର୍କ ପଦଯାତ୍ରା । ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ଖଡ଼ିଆଳ ବ୍ଲକ ଡୁଆଝର,ଦାବ୍ରି, ବିରିଘାଟ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁରେ ପହଞ୍ଚି ଜନ ସମ୍ପର୍କ ପଥପ୍ରାନ୍ତ ସଭା ଆୟୋଜନ ହୋଇଯାଇଛି । ଏହି ସଭାରେ ପ୍ରଥମେ ଗାଁ ଗୁଡିକରେ ଲାଗି ରହିଥିବା ସାମୂହିକ ସମସ୍ୟା ଓ ତାର ସମାଧାନ ଦିଗରେ ବିଚାର କରିଛନ୍ତି । ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଲୋକଙ୍କୁ ବୁଝାଇଛନ୍ତି । ତେବେ ଏହି ଜନ ସମ୍ପର୍କ ପଦଯାତ୍ରା ନଭେମ୍ବର 2 ତାରିଖରେ ଶେଷ ହେବ ବୋଲି ନେତାଏ ପ୍ରକାଶ କରିଛନ୍ତି । ଇଟିଭି ଭାରତ,ନୂଆପଡା
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.