thumbnail

By

Published : Jun 16, 2023, 4:40 PM IST

ETV Bharat / Videos

Raja Celebration: ରାଜଧାନୀରେ ଫାୟାର ପାନର କ୍ରେଜ

ଭୁବନେଶ୍ବର: ଓଡ଼ିଶାର ଗଣ ପର୍ବ ରଜ ତିନିଦିନ ଧରି ବେଶ ଧୁମଧମରେ ପାଳନ ହେଉଥିବା ବେଳେ ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ଆଜି ପରେ ପୁଣି ଆର ବରଷକୁ ଅପେକ୍ଷା । ଖାସ ସେଥିପାଇଁ ଆଜି ଶେଷ ଦିନରେ ଲୋକମାନେ ପାନ ଖାଇ ରଜର ମଉଜ କରୁଛନ୍ତି । ଆଉ ଏହି ମଉଜ ଭିତରେ ବିଭିନ୍ନ ପ୍ରଜାତିର ପାନ ଖାଉଥିବା ବେଳେ ଫାୟାର ପାନର କ୍ରେଜ ଦେଖିବାକୁ ମିଳିଛି । ଛୋଟଠୁ ବଡ ସମସ୍ତେ ନ ଡରି ଏହି ଫାୟାର ପାନର ମଜା ନେଉଛନ୍ତି । ଆଉ ଏହି ଫାୟାର ପାନର ଷ୍ଟଲ ଲାଗିଛି ସତସଙ୍ଗ ବିହାରରେ ଥିବା ମନ ମନୋଜ ଭାଇଙ୍କ ମିଠା ପାନ ଦୋକାନରେ । ତିନିଦିନ ହେଲା ରଜ ମଉଜ ଭିତରେ ଏହି ଦୋକାନରୁ ସ୍ଥାନୀୟ ବାସିନ୍ଦା ପାନ ଖାଇ ଖୁସି ମନାଇଛନ୍ତି । ତେବେ ଏହି ନୂଆ ପ୍ରକାରର ପାନ ଖାଇବାକୁ ମଧ୍ୟ ରାଜଧାନୀବାସୀଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.