ସ୍କୁଲ କମିଟି ସଭାପତିଙ୍କୁ ଚାପୁଡା ମାରିଲେ ବିଡ଼ିଓ

By

Published : Mar 17, 2023, 8:10 AM IST

thumbnail

ଭଦ୍ରକ: ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଚାପୁଡା ମାରିଲେ ବିଡିଓ । ଗ୍ରାମବାସୀଙ୍କ ଉପସ୍ଥିତିରେ ସଭାପତିଙ୍କ ଗାଲରେ ବସାଇଲେ ଚାପୁଡା । ସ୍କୁଲ ପରିଦର୍ଶନ କରିବାକୁ ଆସିଥିବାବେଳେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡିଓ ପ୍ରଦୀପ ସେଠୀ ଏପରି ଦୁର୍ବ୍ୟବହାର କରିଛନ୍ତି  । ବିଡିଓଙ୍କ ଦାଦାଗିରିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁସାରେ, ବନ୍ତ ବ୍ଲକର ସିଆଳିଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ 5Tରେ ଅନ୍ତର୍ଭୁକ୍ତ କରାଯାଇଛି । ମାତ୍ର ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସ୍ଥଗିତ ରହିଛି । ଏହାସହିତ ଏହି ସ୍କୁଲରେ ଶିକ୍ଷକ ଅଭାବ ଥିବା ସତ୍ତ୍ବେ ଶିକ୍ଷକମାନଙ୍କୁ ବଦଳି କରାଯାଇଛି । ତେଣୁ ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବିରେ ସ୍କୁଲ କମିଟି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ  ।

ଏଥିପାଇଁ ଗୁରୁବାର ବନ୍ତ ବିଡିଓ ପ୍ରଦୀପ ସେଠୀଙ୍କ ସହ ଅନ୍ୟ କେତେକ ବିଭାଗୀୟ ଅଧିକାରୀ ସ୍କୁଲ ପରିଦର୍ଶନ କରି ସ୍ଥାନୀୟ ବସିନ୍ଦା ଓ କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ କୌଣସି କାରଣକୁ ନେଇ ବିଡିଓ ହଠାତ୍ ଉତକ୍ଷିପ୍ତ ହୋଇ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକଙ୍କୁ ଚାପୁଡା ମାରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ବିଡିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ସେଠାରୁ ପଳାଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ବିଡିଓଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ  । 

ଇଟିଭି ଭାରତ, ଭଦ୍ରକ
 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.