ବସ୍ତିରେ କମୁଛି ଅପରାଧ, ବଢୁଛି ବିକାଶ: ପୋଲିସ କମିଶନର - ବସ୍ତିରେ କମୁଛି ଅପରାଧ

🎬 Watch Now: Feature Video

thumbnail

By

Published : Mar 30, 2023, 10:48 AM IST

କଟକ: ବସ୍ତି ବିକାଶର ସ୍ବପ୍ନ ଦେଖିଛନ୍ତି କମିଶନରେଟ ପୋଲିସ । ବସ୍ତିରୁ ଅପରାଧ ହଟାଇ ଏକ ନୂଆ ବୀଜ ପୋତିବା କମିଶନରେଟ ପୋଲିସର ଲକ୍ଷ୍ୟ । ଆଉ ଏହି ଲକ୍ଷ୍ୟକୁ ପୁରା କରିବା ପାଇଁ ୨୦୨୧ ମସିହାରୁ ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ । ତେବେ ଏହି କ୍ରମରେ କଟକରେ ଥିବା ବାଲି ସାହି ବସ୍ତିରେ ବୁଧବାର କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭଳିକି ଭଳି ଡ୍ୟାନ୍ସ ସାଙ୍ଗକୁ ଭଜନ ଓ ଆଧୁନିକ ଗୀତରେ ଝୁମିଥିଲେ ବସ୍ତିବାସିନ୍ଦା । ମୁଖ୍ୟ ଅତିଥି ଭାବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ଏହି ବସ୍ତି ଚାଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । 

ଏନେଇ କମିଶନରଙ୍କ କହିଛନ୍ତି,"ବସ୍ତି ହେଉଛି ସହରର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବସ୍ତି ବାବଦରେ ଯେଉଁ ମାନସିକତା ରହିଛି ତାହା ବର୍ତ୍ତମାନ ପରିବର୍ତ୍ତନ ହେଉଛି । ଯାହା ଏକ ଉନ୍ନତ ଚିନ୍ତାଧାରା । ପୋଲିସ ସେତେବେଳେ ବସ୍ତିକୁ ଯାଏ ଯେତେବେଳେ କୌଣସି ଘଟଣା କି ଅପରାଧ ଘଟେ । ତେବେ ଏଭଳି ମାନସିକତାକୁ ପରିଵର୍ତ୍ତନ କରିବା ପାଇଁ କମିଶନରେଟ ପୋଲିସର ଏହି ବସ୍ତିକୁ ଚାଲ ଅଭିଯାନ ୨୦୨୧ ମସିହାରେ ଆରମ୍ଭ ହୋଇଛି  । ଓଡିଶା ମାଇନିଂ କର୍ପୋରେସନର ମିଳିତ ସହଯୋଗରେ ଭୁବନେଶ୍ୱରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ପୋଲିସ । ପ୍ରଥମ ପର୍ଯ୍ୟାୟରେ କିଛି ପିଲା ମାନଙ୍କୁ ପୋଲିସ ମିତ୍ର ହିସାବରେ ଗ୍ରହଣ କରିଥଲା ପୋଲିସ । ଏହାପରେ ବସ୍ତି ପ୍ରତିଭା ଚିହ୍ନଟ, କ୍ରୀଡା ପ୍ରତିଭା, ଅନେକ ବସ୍ତି ପିଲାଙ୍କୁ ଆଗକୁ ନେବା ପାଇଁ ଏହି ଭଳି ପ୍ରୟାସ ଆରମ୍ଭ ହୋଇଛି । ଏହାପରେ ସେମାନେ ମଧ୍ୟ ବସ୍ତିରେ ପୋଲିସ ଭଳି କାର୍ଯ୍ୟ ଜାରି ରଖିବେ । ଯାହାଦ୍ୱାରା ପୋଲିସ ଓ ବସ୍ତିବାସୀଙ୍କ ସମ୍ପର୍କ ଆଗମୀ ଦିନରେ ଆହୁରି ନିକଟତର ହେବ ।"

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.