ମୋଦିଙ୍କ ଭାଷଣରେ କମ୍ପିଲା ଲାଲକିଲ୍ଲା, ଜନ ଗଣ ମନରେ ଗୁଞ୍ଜରିତ ହେଲା ଗଗନ ପବନ

By

Published : Aug 15, 2023, 11:02 AM IST

thumbnail

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲାଲକିଲ୍ଲାରୁ ଜାତୀୟ ପତକା ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 140 କୋଟି ଭାରତୀୟ ମୋର ପରିବାର। ଆମର ଲୋକତନ୍ତ୍ର ବିଶ୍ବରେ ସବୁଠୁ ବଡ ।  ଭାରତ ବିଶ୍ବକୁ ମାନବିକତା ଶିଖାଇଛି । ଭାରତ ବିଭିଧତାର ପ୍ରତୀକ । 77ତମ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରେ କମ୍ପିଥିଲା । ଲାଲକିଲ୍ଲାରେ ଏହି ପବିତ୍ର ଦିବସ ପାଳନରେ ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଅନୁଭବ କରିଥିଲେ । ଲାଲକିଲ୍ଲାରେ ମୋଦିଙ୍କ ଅଭିଭାଷଣ ପରେ ଆକାଶମାର୍ଗରେ ତ୍ରିରଙ୍ଗା ରଙ୍ଗର ବେଲୁନ ଉଡାଇ ଉତ୍ସବ ମନା ଯାଇଥିଲା ଯାହା ଦେଶପ୍ରେମ ଜାଗ୍ରତ କରିଥିଲା । ଦେଖନ୍ତୁ ଐତିହାସିକ ଲାଲକିଲ୍ଲାରେ ଗର୍ବ ଓ ଗୌରବର ସେଇ ମୁହୂର୍ତ୍ତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.