thumbnail

By ETV Bharat Odisha Team

Published : Sep 23, 2023, 4:36 PM IST

ETV Bharat / Videos

ଓଡ଼ିଶାର ଗ୍ରେଡ ପଏଣ୍ଟରେ ପ୍ରଥମ FM ବିଶ୍ବବିଦ୍ୟାଳୟ, ମିଳିଲା NAAC 'A' ମାନ୍ୟତା

ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ନାକ୍‌ ଟିମ ପକ୍ଷରୁ ମିଳିଛି "ଏ" ଗ୍ରେଡ। ଏହାସହ ୩.୧୮ ଗ୍ରେଡ ପଏଣ୍ଟ ସହ ରାଜ୍ୟର ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟର ମାନ୍ୟତା ମିଳିଛି। ଏହାକୁ ନେଇ ଛାତ୍ରଛାତ୍ରୀ ତଥା ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ନାକ୍ ପକ୍ଷରୁ ୭ ଟି ବର୍ଗରେ କରାଯାଇଥିବା ମୂଲ୍ୟାୟନ ପ୍ରକ୍ରିୟାରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ଉନ୍ନତ ପ୍ରଦର୍ଶନ ରହିଛି । ଏହା ସହିତ ରାଜ୍ୟର ଅନ୍ୟ ବିଶ୍ଵବିଦ୍ୟାଳୟଗୁଡ଼ିକୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି ଫକୀର ମୋହନ ବିଶ୍ବବିଦ୍ୟାଳୟ ।  

ଏହା ବି ପଢନ୍ତୁ-  ଉତ୍କଳରେ ହ୍ରାସ ପାଇଲା NAAC ମାନ୍ୟତା, ସରକାରଙ୍କୁ ଦାୟୀ କଲେ ପୂର୍ବତନ କୁଳପତି

ଗତ ୧୨ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ମଧ୍ୟରେ ନାକ୍‌ର ଏକ ୬ ଜଣିଆ ପ୍ରତିନିଧି ଦଳ ଦ୍ବାରା ଏହି ମୂଲ୍ୟାୟନ କରାଯାଇଥିଲା। ଏବେ ଫକୀର ମୋହନ ବିଶ୍ବବିଦ୍ୟାଳୟ ପଛରେ ରହିଛି ଉତ୍କଳ ବିଶ୍ଵବିଦ୍ୟାଳୟ । ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଥିବା ବେଳେ 'ଏ' ଗ୍ରେଡ ମିଳିଥିବାରୁ ଟିକିଏ ଅବସାଦ ଦେଖିବାକୁ ମିଳିଛି । ଏଥିପାଇଁ କିଛି ଶୁଭାକାଂକ୍ଷୀ ବିଶ୍ବବିଦ୍ୟାଳୟର ବିପକ୍ଷରେ ନାକ ଟିମ ଆଗରେ ଉପସ୍ଥାପାନ କରିଥିବା କଥା କହିଛନ୍ତି ଭିସି ସନ୍ତୋଷ ତ୍ରିପାଠୀ। ବିଶ୍ବବିଦ୍ୟାଳୟରେ ଥିବା କିଛି ସମସ୍ୟା ଓ ଭିତ୍ତିଭୂମିର ବିକାଶ ଦିଗରେ ଲକ୍ଷ୍ୟ ଦିଆଯିବା ସହ ଏନଆଇଏ ରାଙ୍କର 100 ଭିତରେ ନିଶ୍ଚୟ ରହିବ ବୋଲି ଭିସି ଦମ୍ଭକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ନିଶ୍ଚୟ ବିଶ୍ବବିଦ୍ୟାଳୟ ଭଲ ପାରିଦର୍ଶିତା ପ୍ରଦର୍ଶନ କରିବ ବୋଲି କହିଛନ୍ତି ଭିସି ସନ୍ତୋଷ ତ୍ରିପାଠୀ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.