Train Tragedy: ହୋଇଥାନ୍ତେ ଇଞ୍ଜିନିୟର, ବିଧିର ବିଧାନ ଥିଲା ଭିନ୍ନ

🎬 Watch Now: Feature Video

thumbnail

By

Published : Jun 5, 2023, 6:11 PM IST

ବାଲେଶ୍ବର: ଜିଲ୍ଲାର ବସ୍ତା ବ୍ଲକ ସାହାଡ଼ା ଗ୍ରାମର କାର୍ତ୍ତିକ ଦାସଙ୍କ ପୁଅ ସନ୍ଦିପ । ଦିନେ ସଫ୍ଟୱେର ଇଞ୍ଜିନିୟର ହେବାର ସ୍ବପ୍ନ ଦେଖି ପାଠ ପଢା ସାରିଥିଲେ । ଆଉ ଦିନ କେଇଟା ଭିତରେ ସ୍ବପ୍ନ ପୂରଣ ହୋଇଥାନ୍ତା । ହେଲେ ବାହାନଗା ରେଳ ଦୁର୍ଘଟଣା ସବୁ ଉଜାଡ଼ି ଦେଲା । ଆଉ ଛଡ଼ାଇ ନେଲା ସନ୍ଦିପଙ୍କ ଜୀବନ । ଗତ ଶୁକ୍ରବାର ଦିନ ସଦର ବ୍ଲକ ହଳଦୀପଦା ଗ୍ରାମର ସନ୍ଦିପଙ୍କ ମାଉସୀ ଫୋନ କରି ତାଙ୍କ ଝିଅର ଚେକ-ଅପ୍ କରାଇବା ପାଇଁ କଟକ ବଡ଼ ମେଡ଼ିକାଲକୁ ଯିବା ପାଇଁ କହିଥିଲେ । ତେଣୁ ସନ୍ଦିପ ମାଉସୀ ଏବଂ ମାଉସୀ ଝିଅ ଭଉଣୀକୁ ନେଇ କରମଣ୍ଡଳ ଏକ୍ସପ୍ରେସରେ ବାଲେଶ୍ବରରୁ କଟକ ଯାଉଥିବା ସମୟରେ ବାହାନଗା ନିକଟରେ ଘଟିଥିଲା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ସେହି ଦୁର୍ଘଟଣାରେ ସନ୍ଦିପଙ୍କ ସହିତ ମାଉସୀ ଏବଂ ଭଉଣୀଙ୍କ ଚାଲିଗଲା ଜୀବନ । ଏହି ଖବର ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହର ପାହାଡ଼ ଭିତରୁ ଖୋଜିଥିଲେ ସେମାନଙ୍କ ମୃତଦେହ । ଶହ ଶହ ଜୀବନ କ୍ଷଣିକରେ ଲିଭି ଯାଇଛି । ପୁଅକୁ ହରାଇ ବାପା ଧର୍ଯ୍ୟହରା । ସେପଟେ ଗାଁରେ ସନ୍ଦିପଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଗାଁର ପରିବେଶ । ସେହିପରି ଗ୍ରାମର କାଳି ଚରଣ ବରଙ୍କ ମଧ୍ୟ ମୃତ୍ୟୁ ହୋଇଛି । କାଳି ଚରଣ ଭୁବନେଶ୍ବରରୁ ରାଜମିସ୍ତ୍ରୀ କାମ କରି ଯଶୋବନ୍ତପୁର-ହାୱଡା ସାଲିମାର ଏକ୍ସପ୍ରେସରେ ଫେରୁଥିବା ବେଳେ ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.