କର୍ଣ୍ଣାଟକ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ବିରୋଧ କରି ବଜରଙ୍ଗ ଦଳର ବିକ୍ଷୋଭ - ଜରଙ୍ଗ ଦଳର ବିକ୍ଷୋଭ

🎬 Watch Now: Feature Video

thumbnail

By

Published : May 11, 2023, 11:26 AM IST

ଜଗତସିଂହପୁର: କର୍ଣ୍ଣାଟକ କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ବଜରଙ୍ଗ ଦଳର ବିରୋଧ । ଏହାକୁ ବିରୋଧ କରି ଗତକାଲି(ବୁଧବାର) ସନ୍ଧ୍ୟାରେ ଥାନାଛକ ନିକଟରେ ବିକ୍ଷୋଭ ପଦର୍ଶନ କରିବା ସହିତ କଂଗ୍ରେସ ନେତାଙ୍କ ସଦବୁଦ୍ଧି ପାଇଁ ହନୁମାନ ଚାଲିଶା ପାଠ କରାଯାଇଛି । କର୍ଣ୍ଣାଟକରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲା ଯେ, ଯଦି କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଥିବା ବଜରଙ୍ଗ ଦଳକୁ PFI ଭଳି ଆତଙ୍କବାଦୀ ସଂଗଠନ ସହ ସମାନ କରାଯିବା ସହିତ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଉଲ୍ଲେଖ କରିଥିଲା । ଯାହାକୁ ବିରୋଧ କରି ଗର୍ଜିଛି ବଜରଙ୍ଗ ଦଳ । 

ଏନେଇ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ କହିଛନ୍ତି, "ସମଗ୍ର ଦେଶରେ ଶାନ୍ତି ମୈତ୍ରୀ ଓ ଭାତୃତ୍ବ ବାଦ ପ୍ରତିଷ୍ଠା ଦିଗରେ ବଜରଙ୍ଗ ଦଳ କାର୍ଯ୍ୟ କରି ଆସୁଛି । ଭାରତ ମାଆର ସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ସଂଗଠନକୁ କଂଗ୍ରେସ ଭଳି ଗୋଟେ ରାଜନୈତିକ ଦଳ ଆରୋପ କରିବା ଠିକ ନୁହେଁ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.