ବିପଦ ସଙ୍କେତ ଉପରେ ବୈତରଣୀର ଜଳସ୍ତର, ଜିଲ୍ଲାପଳ କହିଲେ ପ୍ରଶାସନ ପ୍ରସ୍ତୁତ - Baitarani river
🎬 Watch Now: Feature Video
ଭଦ୍ରକ: ବିପଦ ସଙ୍କେତ ଉପରେ ବୈତରଣୀ ର ଜଳସ୍ତର। ଆଖୁଆପଦା ଆନିକଟ ରେ ବୈତରଣୀ ନଦୀର ସ୍ଥିତି ଦେଖିବା ସହ ବରିଷ୍ଠ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି ଭଦ୍ରକ ଜ଼ିଲ୍ଲାପାଳ । ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ ଅପରାହ୍ନ 4 ଟା ସୁଦ୍ଧା ଜଳସ୍ତର 18.02 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ । ଵାତ୍ୟାଆଶ୍ରୟ ସ୍ଥଳି ପ୍ରସ୍ତୁତ ଅଛି, ବୋଟ ପ୍ରସ୍ତୁତ ଅଛି, ଏନେଇ ବ୍ଲକ ପ୍ରଶାସନ ସଂପୂର୍ଣ୍ଣ ସତର୍କ ଅଛନ୍ତି। ଏନେଇ ଜିଲ୍ଲାପାଳ ନିଜେ ଵୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ଵୁଲି ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବୈତରଣୀ ନଦୀ ର ଜଳସ୍ତର ବଢ଼ିବାରେ ଲାଗିଛି । ବୈତରଣୀ ନଦୀ ରେ ଜଳ ସ୍ତର ବୃଦ୍ଧି ପାଇଲେ ପୁଣି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ବୋଲି ସୂଚନା ମିଳିଛି । ଇଟିଭି ଭାରତ, ଭଦ୍ରକ
Last Updated : Feb 3, 2023, 8:26 PM IST