thumbnail

By

Published : May 15, 2023, 7:33 PM IST

ETV Bharat / Videos

Spray Machine for Farmers: ଚାଷୀଙ୍କୁ ସୁହାଉଛି, ୧୫ ମିନିଟ୍‌ରେ ଶେଷ ହେଉଛି ବିହନ ବୁଣା

ଚଣ୍ଡିଗଡ: କଥାରେ ଅଛି ଆବଶ୍ୟକତା ହିଁ ଉଦ୍ଭାବନର ଜନକ । ଆବଶ୍ୟକ ବା ସମସ୍ୟା ଥିଲେ ହିଁ ମଣିଷ ତାର ସମାଧନ ପାଇଁ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ  । ଏବେ ପଞ୍ଜାବର ଜଣେ ଇଞ୍ଜିନିୟରିଂ ଛାତ୍ର ଏଭଳି ହିଁ କରି ଦେଖାଇଛନ୍ତି । ନିଜ ବାପାଙ୍କ ସମସ୍ୟାକୁ ଦୂର କରିବା ପାଇଁ ବିଟେକ ଛାତ୍ର ଏପରି କିଛି  ଉଦ୍ଭାବନ କରିଛନ୍ତି ଯାହା ଏବେ ଚାଷୀଙ୍କ ଘଣ୍ଟାଘଣ୍ଟା କାମକୁ ମିନିଟ୍‌ରେ ଶେଷ କରି ପାରୁଛି  ।  ପଞ୍ଜାବର ଗୁରପ୍ରୀତ ଏକ ବିହନ ବୁଣା ଯନ୍ତ୍ର ଉଦ୍ଭାବନ କରିଛନ୍ତି ଯାହାକୁ ନେଇ ଏବେ ସେ ବେଶ ପ୍ରଂଶସାର ପାତ୍ର ହୋଇ ପାରିଛନ୍ତି । ବିହନ ବୁଣିବାକୁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ବେଳେ ତାଙ୍କ ମେସିନ ଦ୍ବାରା ଘଣ୍ଟାକର କାମ କେଇ ମିନିଟ୍‌ ମଧ୍ୟରେ ହୋଇଯାଉଛି । ବ୍ୟାଟେରୀ ଦ୍ବାରା ପରିଚାଳିତ  ଏହି ମେସିନରେ ଏକର ପିଛା ବିହନ ବୁଣିବାକୁ ୬ ରାଉଣ୍ଡ୍‌ରେ ମାତ୍ର ୧୫ ମିନିଟ ସମୟ ଲାଗୁଛି । ଫଳରେ ଖରାତରାରେ କାମ କରୁଥିବା ଚାଷୀଙ୍କ ପାଇଁ ଏହି ମେସିନ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏହି ଉଦ୍ଭାବନ ପାଇଁ ତାଙ୍କୁ G20 ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା । ପଞ୍ଜାବ ସରକାର ଏହି ମେସିନକୁ G20 ସମ୍ମିଳନୀରେ ପ୍ରଦର୍ଶନ କରିବା ସହ ତାଙ୍କୁ ବେଶ ପ୍ରଂଶସା ମଧ୍ୟ କରିଥିଲେ । ଘର ପାଖରେ ପଡ଼ିଥିବା ଏକ ଅଦରକାରୀ ଡବାରୁ ଏହି ବିହନବୁଣା ମେସିନ ବା ସ୍ପ୍ରେୟର ଉଦ୍ଭାବନ କରିଛନ୍ତି ଗୁରପ୍ରୀତ । 

ଗୁରୁପ୍ରୀତ ସିଂ କହିଛନ୍ତି, "ଏହି ମେସିନ ତିଆରି କରିବା ପାଇଁ ମୋ ପ୍ରରଣା ମୋ ବାପା । ଯିଏ କି ଖରା ବର୍ଷାକୁ ଖାତିର ନକରି ଦିନ ରାତି ବିଲରେ ପରିଶ୍ରମ କରୁଛନ୍ତି । ତାଙ୍କ କାମକୁ ସହଜ କରିବା ପାଇଁ ମୁଁ ଏହି ମେସିନ ତିଆରି କରିଥିଲି । ଏହି ମେସିନରେ ୨୫କେଜିର ବିହନ ରଖିବାର କ୍ଷମତା ରହିଛି । ୬ ରାଉଣ୍ଡ ମଧ୍ୟରେ ଏହା ଗୋଟେ ଏକର ଏରିଆରେ ବିହନ ବୁଣି ପାରିବ । ଏହାକୁ କାନ୍ଧରେ ବ୍ୟାଗ ଭଳି ଟାଙ୍ଗି ଚାଷୀମାନେ ସହଜରେ ବିହନ ବୁଣି ପାରିବେ । ତେବେ ଏହି ମେସିନର ଏବେ ଚାହିଦା ବେଶ ରହିଛି । ପଞ୍ଜାବ ବ୍ୟତୀତ ହରିୟାଣା, ଛତିଶଗଡ ଓ ଉତ୍ତର ପ୍ରଦେଶର ଚାଷୀ ଏହି ମେସିନ୍‌ର ଲାଭ ଉଠାଉଛନ୍ତି । ସରକାରଙ୍କ ଆର୍ଥିକ ସାହାଯ୍ୟ ଫଳରେ ସେ ଏହି ମେସିନ ତିଆରି କରିଥିବା କହିଛନ୍ତି ।" 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.