thumbnail

ବୌଦ୍ଧରେ ଅର୍ପଣ ରଥ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଉଳ-ଗୁଆ ସଂଗ୍ରହ

By ETV Bharat Odisha Team

Published : Jan 10, 2024, 7:30 AM IST

Arpana Ratha: ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟକ୍ରମ । ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ସହିତ ତିନୋଟି ବ୍ଲକର ସମସ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅର୍ପଣ ରଥ ପହଞ୍ଚି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଆଧ୍ୟାତ୍ମିକ ଉତ୍ସବ ପାଇଁ ଲୋକଙ୍କୁ ଯୋଡିବାରେ ଲାଗିଛି । ପ୍ରତ୍ୟେକ ଘରୁ ଶ୍ରଦ୍ଧାଳୁଙ୍କଠାରୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଗାଁ ଗାଁ ବୁଲୁଛି ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ-ଗୁଆ ସଂଗ୍ରହ

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟବ୍ୟାପୀ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି । ବୌଦ୍ଧ ଜିଲ୍ଲାରେ ମଙ୍ଗଳବାରଠାରୁ ଏହି ଦିବ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମର ସ୍ବତନ୍ତ୍ର ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ସ୍ବାଗତ କରିଛନ୍ତି । ଆସନ୍ତା 17 ତାରିଖରେ ଲୋକାର୍ପିତ ହେବ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ମଙ୍ଗଳବାର ବୌଦ୍ଧ ଜିଲ୍ଲାର ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲାର ଏକମାତ୍ର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଏହାର ଅୟମାରମ୍ଭ ହୋଇଥିଲା । ପ୍ରଥମ ଦିନରେ ସହରର ପୋଡାପୋଡା ଓ ନୂଆସାହି ଭଳି ବିଭିନ୍ନ ବସ୍ତିରେ ସ୍ବତନ୍ତ୍ର ରଥ ଘରକୁ ଘର ଯାଇ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚିଥିଲା । ପ୍ରତ୍ୟେକଙ୍କ ଗୃହରୁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କରାଯାଇ ଥିବାବେଳେ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।  

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.