Maha Shivratri: ଭକ୍ତିରସରେ ଭିଜାଇଲେ ଅନୁରାଧା-ବାବୁଲ - ମହାଶିବରାତ୍ରୀ ଉପଲକ୍ଷେ ଭଜନ ସମାରୋହ
🎬 Watch Now: Feature Video
ଭୁବନେଶ୍ବର: ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଏକାମ୍ର ସଂସ୍କୃତି ପ୍ରକାଶନୀ ପକ୍ଷରୁ 34ତମ ଜାତୀୟସ୍ତରୀୟ ଭଜନ ସମାରୋହ କରାଯାଇଥିଲା । ଶ୍ରୋତାମାନେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ମୁମ୍ବାଇର ଖ୍ୟାତିନାମା କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ, ବାବୁଲ ସୁପ୍ରିଓ ମଞ୍ଚରେ ଆଧ୍ୟାତ୍ମିକ ପରିସର ସୃଷ୍ଟି କରିଥିଲେ । ମହାଦେବଙ୍କ ସୁନ୍ଦର ସୁନ୍ଦର ଭଜନ ଗାଇ ମଞ୍ଚରେ ଭକ୍ତିମୟ ମାହୋଲ ତିଆରି କରିଥିଲେ । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ମଞ୍ଚରେ ଗୀତ ଗାଇଥିବା ଦେଖିବାକୁ ମିଳିଥିଲା ।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖରେ ଶ୍ରଦ୍ଧାଳୁ ମନସ୍କାମନା କରି ଉଜାଗର କରି ଦୀପ ଜାଳି ଜାଗର ପାଳିଥିଲା । ସେହି ଭକ୍ତର କଷ୍ଟକୁ ଲାଘବ ପାଇଁ ଆଉ ତା ମନରେ ଭଜନ ମାଧ୍ୟମରେ ପ୍ରଭୁଙ୍କ ପ୍ରୀତିରେ ହଜିଯିବା ପାଇଁ ପ୍ରତିବର୍ଷ ପରି ଏଥର ଲିଙ୍ଗରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଭଜନ ସମାରୋହ କରାଯାଇଥିଲା । ଚଳିତ ଥର ବଲିଉଡ଼ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ ଓ ବାବୁଲି ସୁପ୍ରିୟ ମୁଖ୍ୟ ଆକର୍ଷଣ ଥିବା ବେଳେ ସେମାନଙ୍କର ଭଜନ ମାଧ୍ୟମରେ ଶ୍ରଦ୍ଧାଳୁ ଭକ୍ତିରେ ରସରେ ଭିଜିଥିଲେ । ପ୍ରଥମେ ବଲିଉଡ଼ର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲଙ୍କ କଣ୍ଠରୁ ଆରମ୍ଭ ହୋଇଥିଲା ଭଜନ ସନ୍ଧ୍ୟା । ଏଠାରେ ମନ୍ ମେରା ମନ୍ଦିର ଶିବ ମେରି ପୂଜା, ଶିବ୍ସେ ବଡ଼ା ନେହି କୋଉ ଦୁଜା ସେରବାଲିଆ ଓ ଓଡ଼ିଆ କେରି କେରି ସୁନା ଦୁବ ଭଳି ଅନେକ ଗୀତ ଗାଇ ଭକ୍ତଙ୍କ ମନ ଜିଣିଥିଲେ ଅନୁରାଧା ।
ଏହା ବି ପଢନ୍ତୁ..Maha Shivratri: ଲିଙ୍ଗରାଜ ମନ୍ଦିରରେ 3 ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ
ଓ଼ମ୍ ନମଃ ଶିବାୟ ଶିବଙ୍କ ଭଜନରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିରେ ରସରେ ଭିଜିଥିଲେ । ଭଜନ ସାଙ୍ଗକୁ ଶିବଙ୍କ ଜୟଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ପରିବେଶ । ସେହିଭଳି ଅନ୍ୟତମ ପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ କଣ୍ଠରୁ ଭାସି ଆସିଥିଲା, ସେ ତ ରସିକନାଗର , ନମୋ ନମୋ ସଂଗୀତ । ଏହି ଗୀତର ତାଳେ ତାଳେ ଉପସ୍ଥିତ ଶ୍ରଦ୍ଧାଳୁ ଗାଇଥିଲେ, ଝୁମିଥିଲେ । ସେହିପରି ବେଲା ସୁଲାଖେ ଗାଇଥିଲେ ଯଶୋବନ୍ତ ମୈୟାଁ କୋ ପୁଛେ ନନ୍ଦ ଲାଲା । ଏହି ଲୋକପ୍ରିୟ ଭକ୍ତି ସଂଗୀତ ଦର୍ଶକଙ୍କ ଭକ୍ତିଭାବକୁ ବହୁଗୁଣିତ କରିଥିଲା । ଓଡ଼ିଶାର ଲୋକପ୍ରିୟ ସଂଗୀତଜ୍ଞ ମନ୍ମଥ ମିଶ୍ର ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଥିଲେ । ଓଡ଼ିଶାର ୪୦ରୁ ଉର୍ଦ୍ଧ୍ବ ଖ୍ୟାତନାମା କଣ୍ଠଶିଳ୍ପୀ ରାତିତମାମ ଭଜନ ଗାଇ ପରିବେଶକୁ ଆଧ୍ୟାତ୍ମିକତାରେ ଭରି ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେ ଏହି ମଞ୍ଚରେ ଭକ୍ତି ପୁତ ଅର୍ପଣ ସ୍ବରୂପ ଗାଇଲେ ଭକ୍ତି ସଂଗୀତ।
ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ରାଧାରାଣୀ କୃପା କିଜିଏ… ଭକ୍ତି ସଂଗୀତ ଗାଇଥିଲେ। ରାଜ୍ୟପାଳ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ, ଶୋଇଥିବା ଆତ୍ମାକୁ ଜାଗ୍ରତ କରିବା ପାଇଁ ଏହି ଜାଗର ପର୍ବ। ଏହାପରେ ରାଜ୍ୟପାଳ କଣ୍ଠଶିଳ୍ପୀମାନଙ୍କ ସଂଗୀତକୁ ମନଭରି ଉପଭୋଗ କରିଥିଲେ। ଏହାସହ ତାଙ୍କ ପୁଅ ମନୀଷ ଲାଲ୍ ମଧ୍ୟ ଗୀତ ଗାଇଥିଲେ । ଅନ୍ୟପଟେ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର୍ ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଇଟିଭି ଭାରତ, ଭୁବନେଶ୍ବର