କେନ୍ଦୁଝରରେ ପକ୍ଷୀ ଗଣନା ଆରମ୍ଭ - bird census in Kendujhar
🎬 Watch Now: Feature Video
Published : Jan 10, 2024, 7:38 PM IST
Annual bird census: କେନ୍ଦୁଝର: ବଣ ପାହାଡ ଘେରା କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ପକ୍ଷୀଗଣନା । ଜିଲ୍ଲାରେ ଥିବା ବିଭିନ୍ନ ଜଳାଶୟ ଗୁଡ଼ିକ ଧୀରେ ଧୀରେ ବିଦେଶୀ ପକ୍ଷୀଙ୍କ ପାଇଁ ନିରାପଦ ସ୍ଥାନ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ଆଗମନ ମଧ୍ୟ ବଢ଼ିଛି । ଏହି ବିଦେଶୀ ପକ୍ଷୀଙ୍କ ଆଗମନକୁ ଦେଖି କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ପକ୍ଷୀ ଗଣନା ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ.... କୋଣାର୍କରେ ଚାଲିଛି ପକ୍ଷୀ ଗଣନା, ବାଧକ ସାଜୁଛି ଘନ କୁହୁଡି
ଏହି ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ୬ଟି ରେଞ୍ଜର ୨୧ଟି ସ୍ଥାନରେ ଆଜି ସକାଳ ୬ ଟାରୁ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦୁଝର ଏସିଏଫ କହିଛନ୍ତି, ‘‘ଏହି ୨୧ଟି ସ୍ଥାନରେ ୨୧ଟି ଟିମ୍ ନିୟୋଜିତ ଥିବା ବେଳେ, ୬୦ ଜଣ କର୍ମଚାରୀ ଓ ଅଧିକାରୀ ଗଣନା କାର୍ଯ୍ୟ କରୁଛନ୍ତି । ବିଶେଷ କରି କେନ୍ଦୁଝର ସହରର ବଡ଼ଶାସନ ପୋଖରୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀ, ସ୍ଥାନୀୟ ପକ୍ଷୀ ଓ ଶୀତକାଳୀନ ପକ୍ଷଙ୍କର ଗଣନା କରାଯାଉଛି । ବିଶେଷ କରି ୱିସଲିଙ୍ଗ ଡକସ୍ (Whistling Ducks) ଓ ମାଛ ରଙ୍କା (King Fisher) ପରି ପକ୍ଷୀ ଏଠାରେ ଅଧିକ ସଂଖ୍ୟାରେ ଦେଖାଯାଉଛି । ଗତବର୍ଷ ତେଲକୋଇ ରେଞ୍ଜ ଦଣ୍ଡାଧାର ଡ୍ୟାମରେ ସର୍ବାଧିକ ପକ୍ଷୀ ଥିବା ବେଳେ, କାନଝରୀ, ବଡ଼ଘାଗରା, ତେନ୍ତେଳା ଆଦି ସ୍ଥାନରେ ଅଧିକ ସଂଖ୍ୟାରେ ପକ୍ଷୀ ଦେଖାଯାଉଛି । ବିଦେଶାଗତ ପକ୍ଷୀଙ୍କ ଆଗମନକୁ ନେଇ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଥିବାବେଳେ, ବନବିଭାଗ ଏମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।
ଇଟିଭି ଭାରତ, କେନ୍ଦୁଝର