thumbnail

ମୋଦିଙ୍କ ଫଟୋରେ ରାକ୍ଷୀ ବାନ୍ଧିଲେ ବିଜେପି ନେତ୍ରୀ, ପାଲିଲେ ସୁରକ୍ଷା ବନ୍ଧନ ଉତ୍ସବ

By ETV Bharat Odisha Team

Published : Aug 30, 2023, 11:06 PM IST

ଅନୁଗୋଳ: ଅନୁଗୋଳରେ ବିଜେପି ପାଳିଛି ରକ୍ଷା ବନ୍ଧନ ଉତ୍ସବ । ଅନୁଗୋଳ ସଭାଘରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋରେ ରାକ୍ଷୀ ବାନ୍ଧିଛନ୍ତି ବିଜେପି ନେତ୍ରୀ । ମୋଦିଙ୍କ ଫଟୋରେ ରାକ୍ଷୀ ବାନ୍ଧିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି । ବିଜେପି ଏହି ଦିବସକୁ ସୁରକ୍ଷାର ବନ୍ଧନ ଉତ୍ସବ ଭାବେ ପାଳନ କରିବା ସହ ସରକାର କଣ ସବୁ ବ୍ୟବସ୍ଥା ମହିଳାମାନଙ୍କ ପାଇଁ ଗ୍ରହଣ କରିଛନ୍ତି, ସେନେଇ ନେତାମାନେ ସଚେତନତା ସୃଷ୍ଟି କରିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ମାଆ ଓ ଭଉଣୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଉତ୍ସବର ପାଳନ କରାଯାଇଛି । ଉଜ୍ବଳା ଯୋଜନାରେ ଜିଲ୍ଲାର ୧ ଲକ୍ଷ ୬୧ ହଜାର LPG ଗ୍ୟାସ ସଂଯୋଗ ସହ ୬୨ ହାଜରରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଥିବା କହିଛନ୍ତି ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ । ତେବେ ଏହି କାର୍ଯ୍ୟକ୍ରମରେ ବହୁମାତ୍ରାରେ ଦଳୀୟ ନେତା ଓ ନିର୍ବାଚିତ ପ୍ରତିନିଧି ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.