ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - ମାଆ ତାରିଣୀଙ୍କ ଦିବ୍ୟ ଆଳତୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ମାଆଙ୍କୁ ଟିକେ ଦର୍ଶନ କରିବା ପାଇଁ କାହିଁ କେତେ ବାଟରୁ ଭକ୍ତଟିଏ ଧାଇଁ ଆସିଥାଏ ଘଟଗାଁକୁ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ଘଟଗାଁ ପୀଠରେ ମାଆଙ୍କର ଦିବ୍ୟ ଆଳତୀ କରାଯାଇଥାଏ । ସକାଳୁ ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ । ପ୍ରଭାତରୁ ପୂଜକ ଓ ସେବାୟତ ମନ୍ତ୍ର ଉଚ୍ଚାରଣ କରି ମାଆଙ୍କ ଆଳତୀ ସମାପନ କରିଛନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ । କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀ ପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥସ୍ଥାନ । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । ମାଆଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ମାଆକୁ ନଡିଆଟିଏ ଯାଚି ଦେଲେ ଭକ୍ତର ମନସ୍କାମନା ପୂରଣ ହୁଏ ।