ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ତାରିଣୀଙ୍କ ଆଳତୀ

🎬 Watch Now: Feature Video

thumbnail

By

Published : Apr 7, 2023, 7:02 AM IST

କେନ୍ଦୁଝର: ଘଟଗାଁ ରାଣୀ ସିନ୍ଦୂରା ମୁହିଁ ସେ ମାଆ ତାରିଣୀ । ମାଆଙ୍କ ମହିମା ଅପାର । ଭକ୍ତର ମାଆ ସେ । ମାଆ ତାରିଣୀଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତିଟି ଘଟଗାଁ ପୀଠକୁ ଧାଇଁ ଆସିଥାଏ । ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ଦୁଃଖ ଦୂର ହୁଏ । ମାଆଙ୍କ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ପ୍ରଭାତରୁ ମାଆ ତାରିଣୀଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସକାଳୁ ସକାଳୁ ସେବାୟତମାନେ ମାଆ ତାରଣୀଙ୍କ ଆଳତୀ କରିଛନ୍ତି । ନାଲି ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟଘଣ୍ଟା, ଶଙ୍ଖ, ହୁଳହୁଳି, ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମାଆଙ୍କ ଆଳତୀ ଦର୍ଶନ କରି କୃତ୍ୟକୃତ୍ୟ ହୋଇଛନ୍ତି ଭକ୍ତ । ମାଆଙ୍କ ପ୍ରିୟ ନଡିଆ ତେଣୁ ତାଙ୍କୁ ନଡିଆରାଣୀ କୁହାଯାଏ । ମନସ୍କାମନା କରି ମାଆଙ୍କୁ ନଡିଆଟିଏ ଯାଚି ହେଲେ ମନବାଞ୍ଛା ପୂରଣ ହୁଏ । ପ୍ରଭାତରୁ ମାଆଙ୍କ ଆଳତୀ ଦର୍ଶନ କଲେ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.