କମୁଛି ଏଡ଼ସ ସଂକ୍ରମଣ: ବିଶ୍ୱରେ ବଢୁଛି ସଚେତନତା - କଟକ ରେ ବିଶ୍ୱ ଏଡ଼ସ ଦିବସ ପାଳିତ
🎬 Watch Now: Feature Video
Published : Dec 1, 2023, 10:22 PM IST
କଟକ: ଆଜି ହେଉଛି ବିଶ୍ୱ ଏଡ଼ସ ଦିବସ । ଦେଶ ବ୍ୟାପି ଏହା ସବୁ ଆଡେ ପାଳିତ ହେଉଛି । ଏହିକ୍ରମରେ ରାଜ୍ୟର ପ୍ରମୁଖ ମେଡିକାଲ ଏସିବି ବଡ଼ ମେଡିକାଲରେ ମଧ୍ୟ ଏହି ଦିବସ ପାଳନ ହେଉଛି । ସଂକ୍ରମିତ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ସଂକଳ୍ପ ବଦ୍ଧ ହେବା ।
ବିଶ୍ବର ବିକଶିତ ରାଷ୍ଟ୍ର ମାନଙ୍କରେ ଭୟାବହ ଏଡ଼ସ ଦେଖା ଯାଇଥିଲା । ଏହାକୁ ରୋକିବା ଏବଂ ଜନ ସାଧାରଣଙ୍କ ମଧ୍ୟରେ ଏଡ଼ସ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ୧ ତାରିଖ ଦିନ ଏଡ଼ସ ଦିବସ ଭାବରେ ପାଳନ କରାଯାଉଛି । ଏହାସହ କଟକ ସହରରେ ବିଭିନ୍ନ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳନ କରାଯାଇ ଜନ ସାଧାରଣଙ୍କୁ ଏଡ଼ସର ଭୟାବହତା ସମ୍ପର୍କରେ ସଚେତନତା କରାଯାଉଛି । ଆଜିର ଏହି ଦିବସରେ ଡକ୍ଟର ପ୍ରଫେସରଙ୍କ ମତରେ ଏକ ଏଡ଼ସ ମୁକ୍ତ ସମାଜ ଗଠନ ପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ୍। ଏଚ୍ଆଇଭି (HIV)ର ପ୍ରଭାବ ବିଷୟରେ ସଚେତନ ସୃଷ୍ଟି କରିବା ଘୃଣ୍ୟ ଓ ଭେଦ ଭାବକୁ ଦୂର କରିବ । ଏବଂ ସଂକ୍ରମିତ ଲୋକମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଆମେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ କାମ କରିବାର ପ୍ରାସଙ୍ଗିକତା ରହିଛି। ସଙ୍ଗ ବଦ୍ଧ ସଚେତନତା ସଫଳତା ଆହୁରି ବ୍ୟାପକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ବୃଦ୍ଧିପାଉଛି ମୋଟାପଣ, ଫାଷ୍ଟଫୁଡ ଖାଦ୍ୟ ମୁଖ୍ୟ ସମସ୍ୟା
ଏସସିବି (SCB) ମେଡିକାଲ କଲେଜ ଓ ଡାକ୍ତର ଖାନର ଅଧିକ୍ଷକ ପ୍ରଫେସର୍ ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ମାଇକ୍ରୋ ବାଇଲୋଜି ବିଭାଗର ମୁଖ୍ୟ ଡକ୍ଟର ଧରିତ୍ରୀ ,ମେଡିକାଲ କଲେଜ ଶିଶୁ ବିଭାଗର ପ୍ରଫେସର ଡକ୍ଟର ପ୍ରଭାକର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଏଡସ ରୋଗ ଉପରେ ଆଲୋଚନା କରିଥିଲେ । ତେବେ ବିଭିନ୍ନ ଡକ୍ଟରଙ୍କ ମତରେ ଏଡ଼ସ ରୋଗ ସଂକ୍ରମଣ କମିବାରେ ଲାଗିଛି । ତେବେ ଏହି ସଚେତନତା ବଜାୟ ରହିଲେ ଆଗମୀ ଦିନରେ ସାରା ବିଶ୍ୱ ଏଡ଼ସ ମୁକ୍ତ ହେଇଯିବ ।
ଇଟିଭି ଭାରତ, କଟକ