ଶୁଣୁ ନାହାନ୍ତି ସରକାର, ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଲେ କୃଷି ଅଧିକାରୀ

By ETV Bharat Odisha Team

Published : Aug 31, 2023, 10:15 PM IST

thumbnail

ଅନୁଗୋଳ: ଦିନକୁ ଦିନ ସରକାରଙ୍କ ଉପରେ ଚାପ ପକାଉଛନ୍ତି ସରକାରୀ କର୍ମଚାରୀ । ଗୋଟିଏ ପରେ ଗୋଟିଏ ବିଭାଗର କର୍ମଚାରୀ ଏବେ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ପ୍ରଥମେ ପଞ୍ଚାୟତରାଜ ବିଭାଗ ପରେ ଏବେ କୃଷି ବିଭାଗର କର୍ମଚାରୀ ନିଜ ଦାବି ପାଇଁ ସମୁହ ଛୁଟିରେ ଅଛନ୍ତି । କ୍ୟାଡର ପୁନର୍ବିନ୍ୟାଶ ଏବଂ ଖାଲି ପଡିଥିବା କୃଷି ଅଧିକାରୀ ପଦବୀ ଗୁଡିକ ତୁରନ୍ତ ପୂରଣ ଦାବିରେ ଆଜିଠାରୁ କୃଷି ବିଭାଗର ଅଧିକାରୀମାନେ ସମୂହ ଛୁଟି ନେଇ ଧାରଣାରେ ବସି ରହିଛନ୍ତି । 

ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଲକରେ କାମ କରୁଥିବା କୃଷି ବିଭାଗ ଅଧିକାରୀମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଏମାନେ ଅଭିଯୋଗ କରିଛନ୍ତି ଯେ କ୍ୟାଡର ପୁନର୍ବିନ୍ୟାସ ଏବଂ ଖାଲି ପଡିଥିବା ଶହଶହ ପଦବୀ ପୂରଣ ପାଇଁ ସରକାରଙ୍କୁ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବିକୁ ସରକାର ଅଣଦେଖା କରୁଛନ୍ତି । କୃଷି ଅଧିକାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାୟ ୩୯ଟି ଯୋଜନାକୁ ସଫଳ କରିବା ପାଇଁ ଦିନ ରାତି ଲାଗି ପଡିଛନ୍ତି । ତଥାପି ସରକାର ଶୁଣୁ ନାହାନ୍ତି । ତେଣୁ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ସେମାନେ ସାମୁହିକ ଛୁଟି ନେଇ ଧାରଣା ବସିବା ପାଇଁ ଚେତାବନୀ ଦେଇଛନ୍ତି ।
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.