ପୁଣି ନକଲି ଡାକ୍ତର ଅଟକ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 4, 2023, 10:23 PM IST

ବାଲେଶ୍ଵର:  ପୁଣି ବାଲେଶ୍ଵର ମେଡିକାଲରେ ଜଣେ ମହିଳା ନକଲି ଡାକ୍ତର ଅଟକ ରିଖିଛି ପୋଲିସ । ରୋଗୀଙ୍କୁ ଚିକିତ୍ସା ଅଭିଯୋଗରେ ଉକ୍ତ ମହିଳା ଜଣଙ୍କୁ ଉଠାଇ ନେଇଛି ପୋଲିସ ।ମେଡିକାଲ ଭିତରେ ଅତ୍ୟଧିକ ଭିଡର ଫାଇଦା ନେଇ ମହିଳା ଜଣଙ୍କ ରୋଗୀଙ୍କ ପ୍ରେସକ୍ରିପସନରେ ଦସ୍ତଖତ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ମେଡିକାଲର କଛି କର୍ମଚାରୀ ପ୍ରତିବାଦ କରିଥିଲେ । ଏହାକୁ ନେଇ ଉକ୍ତ ମହିଳାଙ୍କ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲେ । ଏହା ପରେ ସତ୍ୟତା ଜଣାପଡିଥିଲା । ଉକ୍ତ ମହିଳା ଜଣକ ନକଲି ଡାକ୍ତର ବୋଲି ଡାକ୍ତରଖାନା  କର୍ତୃପକ୍ଷ ସୂଚନା ପାଇଥିଲେ । ଏହା ପରେ ମେଡିକାଲ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଅଟକ ରଖିଥିଲେ । 

ଉକ୍ତ ମହିଳା ଜଣକ ଓପିଡି ଟିକେଟ କାଉଣ୍ଟରରୁ ଟିକେଟ କାଟି ପ୍ରେସକିପିସନରେ ନିଜର ଦସ୍ତଖତ ବୁଲୁଥିଲେ । ଏହା ପରେ କର୍ମଚାରୀ ସହିତ ପାଟିତୁଣ୍ଡ ସହିତ ଟିକେଟ କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ମହିଳାଙ୍କୁ କର୍ମଚାରୀମାନେ କାବୁ କରି ମେଡିକାଲ ଫାଣ୍ଡିକୁ ଖବର ଦେଇଥିଲେ । ଉକ୍ତ ମହିଳା ଜଣଙ୍କ ନୀଳଗିରି ଅଞ୍ଚଳର ମହେଶ୍ୱତା ମହାନ୍ତି ବୋଲି ଜଣାପଡ଼ିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ମେଡିକାଲରେ ଅତ୍ୟଧିକ ଭିଡ ପାଇଁ ସେ ଏଭଳି ଦସ୍ଥଖତ ଓ ବିଭିନ୍ନ ଟେଷ୍ଟ ଲେଖିଥିବା ଜଣାପଡିଛି । ଏନେଇ ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । 

ଏହା ମଧ୍ୟ ପଢନ୍ତୁ....ଦିଗପହଣ୍ଡି ଓ କଟକରେ ରେଡ୍: ଅସଲି ରୋଗୀ ଦେଖୁଥିଲେ ନକଲି ଡ଼ାକ୍ତର, ପୂର୍ବରୁ ବାନ୍ଧିଥିଲା ତେଲେଙ୍ଗାନା ପୋଲିସ

ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.