ଚଳନ୍ତା ପଲସରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ - ମୟୁରଭଞ୍ଜରେ ଚଳନ୍ତା ପଲସରରେ ଲାଗିଲା ନିଆଁ
🎬 Watch Now: Feature Video
ଚାଲୁଥିବା ସମୟରେ ହଠାତ ଏକ ପଲସର ବାଇକରେ ଲାଗିଲା ନିଆଁ । ହୁତ୍ହୁତ୍ ହୋଇ ଜଳିଗଲା ବାଇକ । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଚାଳକ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ସପ୍ଲାଇ ଛକରେ ଏଭଳି ଘଟଣା ଘଟିଛି । କୌଣସି କାରଣ ବଶତଃ ବାଇକଟି ଚାଲୁଥିବା ବେଳେ ହଠାତ ନିଆଁ ଲାଗି ସମ୍ପୂର୍ଣ ରୂପେ ଜଳିଯାଇଛି । ଖବରରୁ ପ୍ରକାଶ କି ଚିତ୍ରଡା ନିକଟରେ ସୁବର୍ଣ୍ଣରେଖା କେନାଲ ନିର୍ମାଣ କାର୍ଯ୍ୟ କରିବାକୁ ଆସିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଅଜୟ ମହାନ୍ତ ଏକ ପଲସର ଆରଏସ-୨୦୦ ବାଇକରେ ଚିତ୍ରଡା ବଜାରକୁ ଯାଉଥିଲେ । ହଠାତ୍ କୌଣସି କାରଣ ବଶତଃ ଗାଡି ଇଞ୍ଜିନରୁ ନିଆଁ ବାହାରିଥିଲା । ଅଜୟ ଭୟରେ ଗାଡିଟିକୁ ଷ୍ଟାଣ୍ଡ୍ କରି ଗାଡିରୁ ଓହ୍ଲାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଚିତ୍ରଡା ଦମକଳ ବାହିନୀକୁ ଖବର ଦେବାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ ରୂପେ ଜଳିଯାଇଥିଲା ।
ଇଟିଭି ଭାରତ, ବାରିପଦା
Last Updated : Feb 3, 2023, 8:33 PM IST