କଟକରେ 6ମାସରେ ହେବ ଦୂର ବିଦ୍ୟୁତ ଅସୁବିଧା: ମେୟର

By

Published : Jul 15, 2023, 10:38 PM IST

thumbnail

କଟକ: ସହରରେ ଅନେକ ସମୟରେ ବିଦ୍ୟୁତଜନିତ ସମସ୍ୟା ଦେଖାଦେଉଛି । ଯାହାର ପରିଣାମ ସ୍ବରୂପ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ସହରବାସୀଙ୍କୁ । ଯାହାର ସମାଧାନ ପାଇଁ କଟକ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମେୟର ,କମିଶନର , ଟାଟା ପାୱାରର ଉଚ୍ଚ ସ୍ତରୀୟ ଅଧିକାରୀ , ଜନପ୍ରତିନିଧିମାନେ ଉପସ୍ଥିତ ରହି ନିଜର ଅସୁବିଧା ଗୁଡ଼ିକୁ ଉପସ୍ଥାପନ କରିଥିଲେ । ବିଶେଷ କରି ବିଦ୍ୟୁତ୍ କାଟ ପାଇଁ ଲୋକେ ନାହିଁ ନଥିବା ଅସୁବିଧାରେ ଭୋଗୁଥିବା କହିଛନ୍ତି । 

 ଅଧିକ ବିଜୁଳି ଭାର ଯୋଗୁ ବିଭିନ୍ନ ଅଞ୍ଚଳରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ପୁରୁଣା ପୋଲ, କମ କ୍ଷମତା ସମ୍ପନ୍ନ ତାର ଏବେ ସହର ବାସୀଙ୍କ ଚିନ୍ତା ବଢ଼ାଇଛି । ଯାହାର ସମାଧାନ କରିବା ପାଇଁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି କଟକ ମେୟର । ଅନ୍ୟପଟେ ସବୁ ସମସ୍ୟାର ସମାଧାନ ଦିଗରେ ଧୀରେ ଧୀରେ ଅଗ୍ରଗତି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଥିବା କଥା କହିଛନ୍ତି ଟାଟା ପାୱାର ସିଇଓ । ତେବେ କଟକରେ 4 ଲକ୍ଷ ଉପଭକ୍ତା ବିଦ୍ୟୁତ ଯୋଗାଣ ରେ ଅନ୍ତର୍ଭୁକ୍ତ । ହେଲେ TPCDOLର ବ୍ୟାପକ ଅବବ୍ୟସ୍ଥା ଯୋଗୁ କଟକବାସୀ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି । ତେଣୁ ଏହି ବୈଠକରେ ନିଶ୍ଚୟ କିଛି କଟକକୁ ସୁଫଳ ମିଳିବ ବୋଲି ଆଶା ରଖିଛି କଟକ ମହାନଗର ନିଗମ । ଛଅ ମାସରେ କଟକରେ ବିଦ୍ୟୁତ ଅସୁବିଧା ହେବ ଦୂର କରିବାକୁ ଟାଟା ପାୱାର ଓ ମେୟର ସୂଚନା ଦେଇଛନ୍ତି ।
 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.