thumbnail

ମହାପ୍ରଭୁଙ୍କ ସେବାରେ ୯୪ ବର୍ଷୀୟା ବୃଦ୍ଧା ଓ ଦିବ୍ୟାଙ୍ଗ ବୁଣାକାର

By

Published : May 14, 2023, 9:05 PM IST

Updated : May 14, 2023, 9:26 PM IST

ଖୋର୍ଦ୍ଧା: ସେ ଲୀଳାମୟ, ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଜଗନ୍ନାଥ । ବାର ମାସରେ ତାଙ୍କର ତେର ପର୍ବ । ତା ପାଖରେ ନଥାଏ ଜାତି ଅଜାତି କି ସକ୍ଷମ ଭିନ୍ନକ୍ଷମ । ଆଉ ଠିକ ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଉତପଡ଼ା ଗ୍ରାମରେ । କାଳିଆ ଅଙ୍ଗବସ୍ତ୍ର ବୁଣା ସେବାରେ ନିୟୋଜିତ ହୋଇଥାନ୍ତି ରାଉତପଡ଼ା ଗ୍ରାମର 20 ରୁ 25 ପରିବାର । ଆଉ ଏମାନଙ୍କ ମଧ୍ୟରେ କଳିଆ ସେବାରେ ନିଜକୁ ନିୟୋଜିତ କରିଛନ୍ତି 94 ବର୍ଷୀୟା ବୃଦ୍ଧା ଆସେଲି ଓ 80 ପ୍ରତିଶତ ଶାରୀରିକ ଅକ୍ଷମ କାର୍ତ୍ତିକେଶ୍ବର । ଆସେଲି ଦାସ ଦୀର୍ଘ 40ରୁ ଉର୍ଦ୍ଧ୍ବ ବର୍ଷ ଧରି ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଅଣ୍ଟା ନଇଁ ଗଲାଣି କାନକୁ ଭଲ ଶୁଭୁନି କି ଆଖିକୁ ଭଲ ଦିସୁନି ତଥାପି କଳିଆର ଅଙ୍ଗବସ୍ତ୍ର ବୁଣାରେ ନିଜକୁ ବ୍ୟସ୍ତ ରଖିଛନ୍ତି ସେ । ପଚାରିଲେ ଥଙ୍ଗ ଥଙ୍ଗ ପାଟିରେ କୁହନ୍ତି ମୋ କଳା ଦିଅଁ ମୋ ଲୁଗା ପିନ୍ଧିବ ଏ ଶୋଭାଗ୍ୟ କାହାକୁ ମିଳେ । ସେହିପରି କାଳିଆ ସାଆନ୍ତ ପାଇଁ ଗୀତା ଗୋବିନ୍ଦ ପାଟ ବୁଣୁଛନ୍ତି ରାଉତପଡ଼ାର କାର୍ତ୍ତିକେଶ୍ୱର ପାତ୍ର । ଜନ୍ମରୁ ସେ ଦିବ୍ୟାଙ୍ଗ ଅନ୍ୟର ସହାରରେ ଚାଲିଥାନ୍ତି ତଥାପି ଥକି ନାହାନ୍ତି କାଳିଆ ସେବାରେ । 
 

ଇଟିଭି ଭାରତ, ଖୋର୍ଦ୍ଧା

Last Updated : May 14, 2023, 9:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.