77th Independence Day: ରାଉରକେଲାରେ ସ୍ୱାଧୀନତା ଦିବସ ପାଳିତ

By

Published : Aug 15, 2023, 2:06 PM IST

thumbnail

ରାଉରକେଲା: ଆଜି ଦେଶ ପାଳନ କରିଛି ୭୭ତମ ସ୍ବାଧୀନତା ଦିବସ । ଏନେଇ ଗାଁଠାରୁ ସହ ସବୁଠି ଉତ୍ସବର ମାହୋଲ । ଏହି ଅବସରରେ ରାଉରକେଲା ଉଦିତନଗରଠାରେ ସହରବାସୀ ଏକାଠି ହୋଇ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ହର୍ଷଦ ପରାଗ ଗଭାଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ସମାରୋହରେ ଏକ ଭବ୍ୟ ପରେଡ ଆୟୋଜନ କରାୟାଇଥିଲା ଯାହା ଆମ ପୂର୍ବପୁରୁଷଙ୍କ ବଳିଦାନ ଏବଂ ଏକ ରାଷ୍ଟ୍ର ଭାବେ ଆମେ ହାସଲ କରିଥିବା ପ୍ରଗତିକୁ ସମ୍ମାନ ଜଣାଇବା ପାଇଁ ହୋଇଥିଲା । ଏହି ଶୋଭାଯାତ୍ରାରେ ରାଉରକେଲା ସହରର ବିଦ୍ୟାଳୟ, ମହାବିଦ୍ୟାଳୟ, ଏନ୍‌ସିସି, ସ୍କାଉଟ୍‌, ପୋଲିସ୍‌, ଅଗ୍ନିଶମ ବିଭାଗ ଏବଂ ଗୃହରକ୍ଷୀମାନେ ଅଂଶଗ୍ରହଣ କରିଥିଲେ । ଦେଶାତ୍ମବୋଧକ ସଙ୍ଗୀତର ଓ ବାଦ୍ୟର ତାଳେ ତାଳେ ପରେଡ୍ ଗ୍ରାଉଣ୍ଡ ପ୍ରତିଧ୍ୱନିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ସ୍ବାଧୀନତା ଦିବସ ପାଳିତ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.