thumbnail

ଖାଦ୍ୟ ବିଷକ୍ରିୟା ଯୋଗୁଁ 6 ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

By ETV Bharat Odisha Team

Published : Sep 17, 2023, 11:00 PM IST

ବାଲେଶ୍ୱର: ଶୁଦ୍ଧିକ୍ରିୟା ଭୋଜି ଖାଇ 6 ଜଣ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଦୁବୁଲାଗଡି ଅଞ୍ଚଳରେ ଖାଦ୍ୟ ବିଷକ୍ରିୟା ଯୋଗୁଁ ୬ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଏହା ମଧ୍ୟ ପଢ଼ନ୍ତୁ...ନିରାଶ୍ରୟ କେନ୍ଦ୍ରରେ ୩ ଶିଶୁ ମୃତ, ଖାଦ୍ୟ ବିଷକ୍ରିୟା ସନ୍ଦେହ

ତେବେ ଗୁରୁତରମାନେ ହେଲେ ଦୁବୁଲାଗଡି ଅଞ୍ଚଳର ପ୍ରତିମା ମଣ୍ଡଳ, ରଶ୍ମିତା ଜେନା, ପ୍ରତ୍ୟାଶା ମାନ୍ନା, ମାମା ଜେନା, ସହଦେବ ଜେନା ଓ ଅନ୍ୟ ଜଣେ ୮ ବର୍ଷର ନାବାଳକ ବିଶ୍ୱଜିତ୍ ଜେନା । ଗତ ଶୁକ୍ରବାର ରାତିରେ ପଡ଼ୋଶୀ ଘରେ ଶୁଦ୍ଧିକ୍ରିୟାରେ ଭୋଜି ଖାଇଥିବା ବେଳେ ଶନିବାର ଘରେ ମାଛ ଭାତ ଖାଇଥିଲେ । ଆଜି ସକାଳଳୁ ସମସ୍ତଙ୍କ ଦେହ ଅସୁସ୍ଥ ଲାଗିବା ସହ ଝାଡ଼ା ବାନ୍ତି ହୋଇଥିଲା । ତେବେ ଅସୁସ୍ଥତା ବୃଦ୍ଧି ପାଇବା ଫଳରେ ପରିବାର ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାଇରିଆ ୱାର୍ଡରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । 

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.