ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ୩ ମୃତ ୪ ଗୁରୁତର - ବଜ୍ରପାତ

🎬 Watch Now: Feature Video

thumbnail

By

Published : Jun 17, 2023, 10:14 PM IST

ଢେଙ୍କାନାଳ: ଆଜି (ଶନିବାର) ସନ୍ଧ୍ୟାରେ ଢେଙ୍କାନାଳରେ କାଳବୈଶାଖୀ ଯୋଗୁଁ ନାହିଁ ନଥିବା କ୍ଷୟକ୍ଷତି ଘଟିଛି ।  ଏପରିକି ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି ।  ଅପରପକ୍ଷରେ ଏହି ବଜ୍ରପାତରେ ୪ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।  

ସୂଚନା ମୁତାବକ, ସଦର ଥାନା ନରଣପୁର ଗ୍ରାମର ମଇଁଷି ଚରାଇବାକୁ ଯାଇଥିବା ବେଳେ ପ୍ରକାଶ ବେହେରା ଓ ବାଟୁଆ ବେହେରାଙ୍କୁ ବଜ୍ରାଘାତ ହୋଇଥିଲା । ଫଳରେ ଉଭୟ ମଇଁଷି ଚରଳୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ଗଁନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ଡ଼ାଗରା ପଲ୍ଲୀ ସାହିରେ ଏକ ସ୍କୁଲ ଘରେ ଆଶ୍ରୟ ନେଇଥିବା ଲୋକଙ୍କ ଉପରେ ବଜ୍ରପାତ ହୋଇଥିଲା । ଫଳରେ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ଡାଗରା ପଲ୍ଲୀର ଜଗତା ଦେହୁରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।  

ଏହା ବି ପଢନ୍ତୁ- ଅହସ୍ୟ ତାତିରେ ଜଳୁଛି ପଶ୍ଚିମରୁ ଉପକୂଳ, ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ

ତେବେ ଏହି ବଜ୍ରପାତରେ ଉକ୍ତ ଗ୍ରାମର ଗୌରାଙ୍ଗ ଦେହୁରୀ, ଶରତ ଦେହୁରୀ , ଜଗା ବେହେରା ଓ ଯାଆନ୍ଦାପଶି ଗ୍ରାମର ଶ୍ରୀପତି ଦେହୁରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେପଟେ କାଳବୈଶାଖୀ ଯୋଗୁଁ ଢେଙ୍କାନାଳ ସହରର ସମେତ ଢେଙ୍କାନାଳ କପିଳାଶ ଓ ଗଁନ୍ଦିଆ ରାସ୍ତାରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ଫଳରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି । ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ଢେଙ୍କାନାଳ ସହରର ମିନାବଜାର କୁମ୍ଭାର ସାହି, ହାତ ରୋଡ ଟାଉନ ପ୍ଲାନିଂ ଆଦି ଅଞ୍ଚଳରେ ଡ୍ରେନ ପାଣି ଉଛୁଳି ଘରେ ଘରେ ପଶିଯାଇଛି । ଏପଟେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଯୋଗୁଁ ସହର ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡି ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.