thumbnail

By ETV Bharat Odisha Team

Published : Dec 3, 2023, 9:54 AM IST

ETV Bharat / Videos

କୋଣାର୍କ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା, ମନମୋହିଲା କୁଚିପୁଡି ନୃତ୍ୟ

ପୁରୀ: ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ ୨୦୨୩ । ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିର ପାଦଦେଶରେ ଆୟୋଜିତ କୋଣାର୍କ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ କୁଚୁପୁଡି ଓ ଓଡିଶୀ ନୃତ୍ୟରେ ଦୁଲୁକିଛି କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଛି । ରଙ୍ଗବେରଙ୍ଗ ଆଲୋକ ସାଜସଜ୍ଜା ଓ ସୁସଜ୍ଜିତ ପରିବେଶରେ ଏହି କଳା ଓ ସଂସ୍କୃତିର ପର୍ବକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ । ଶୀତୁଆ ସନ୍ଧ୍ୟାରେ ନୃତ୍ୟାଙ୍ଗନାଙ୍କ ଚମତ୍କାର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି । ତେବେ ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଦିନରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବକୁ ଦେଶର କୋଣ ଅନୁକୋଣରୁ ବହୁ ସଙ୍ଗୀତ ଓ କଳାପ୍ରେମୀଙ୍କର ଭିଡ଼ ଲାଗିଥିଲା । ଦ୍ବିତୀୟ ଦିନରେ ଅଧିକ ଭିଡ଼କୁ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଚନ୍ଦ୍ରଭାଗାରେ ଉଦଘାଟିତ ହେଲା ଅନ୍ତର୍ଜାତୀୟ ବାଲୁକା ଚିତ୍ରକଳା ମହୋତ୍ସବ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.