ଜାତୀୟ ନାଟକ ଉତ୍ସବ ଉଦଘାଟିତ, ପ୍ରଥମ ଦିନ ମନ ମୋହିଲା ଗଧେକି ବାରାତ - ନାଟକ ଉତ୍ସବ
🎬 Watch Now: Feature Video
ଭବାନୀପାଟଣା: କଳାକାରଙ୍କ ଅଭିନୟରେ ହଜିଗଲେ ଦର୍ଶକ । ସଂଳାପ, ଅଭିନୟ, ନାଚଗୀତରେ କମ୍ପିଲା ମଞ୍ଚ । କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଯାଇଛି 12ତମ ଜାତୀୟ ନାଟ୍ୟ ଉତ୍ସବ। ଏହି ବହୁଭାଷୀ ଜାତୀୟ ନାଟ୍ୟ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ପ୍ରଦର୍ଶିତ ହୋଇଛି । ପ୍ରଥମ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଛି ନାଟକ ଗଧେକି ବାରାତ । ଧନୀ ଓ ଗରିବୀଙ୍କୁ ନେଇ ଲୋକଙ୍କ ମନରେ ଥିବା ହୀନମାନସିକତା ଓ ଯେତେବେଳେ ଜଣେ ଗରିବ ମାନଙ୍କ ମଧ୍ୟରୁ ଯାଇ ପାୱାର କରିଡରରେ ପ୍ରବେଶ କରେ ବା ଧନୀ ହୋଇଯାଏ ସେ ସେତେବେଳେ ଆଉ ସେହି ଗରିବମାନଙ୍କ କଥାକୁ ଚିନ୍ତା କରେ ନାହିଁ ଯାହା ବର୍ତ୍ତମାନ ଆମ ସମାଜରେ ଦେଖିବାକୁ ମିଳୁଛି । ଏହି ବିଷୟବସ୍ତୁ ଉପରେ ନାଟକ ଗଧେକି ବାରାତ ମଞ୍ଚସ୍ଥ ହୋଇଥିଲା । କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ପକ୍ଷରୁ ୧୨ ତମ ଜାତୀୟ ଉତ୍ସବ ଉଦ୍ଘାଟିତ ହୋଇଛି । ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପୌର ଅଧକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଶିକ୍ଷାବିତ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇ ଜାତୀୟ ନାଟକ ଉତ୍ସବକୁ ଉଦଘାଟନ କରିବା ସହ ମଞ୍ଚସ୍ତ ନାଟକକୁ ଉପଭୋଗ କରିଥିଲେ। ଏହି ଉତ୍ସବ ୪ ଦିନ ଧରି ଚାଲିବ । ଏହି ଜାତୀୟ ନାଟକ ଉତ୍ସବରେ ଜାମସେଦପୁର, ଭୁବନେଶ୍ବର, ଓ ଭବାନୀପାଟଣାର ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ନାଟକ ସଂସ୍ଥା ନାଟକ ମଞ୍ଚସ୍ଥ କରିବେ ।
Last Updated : Feb 3, 2023, 8:36 PM IST