thumbnail

By

Published : Feb 28, 2022, 1:08 PM IST

Updated : Feb 3, 2023, 8:18 PM IST

ETV Bharat / Videos

Panchayat Result: ନିର୍ବାଚନରେ ବିଜେଡ଼ି ଇତିହାସ ସୃଷ୍ଟି କରିଛି କହିଲେ ବିଧାୟକ

ନବରଙ୍ଗପୁର: ଆଜି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଶେଷ ପର୍ଯ୍ୟାୟ । ନିର୍ବାଚନରେ ଭୋଟ ଗଣତିର ପ୍ରଥମ ଦିନରୁ ହିଁ ବିଜେଡ଼ି ନିଜର ପ୍ରଭାବ ବିସ୍ତାର କରିଛି । ଅନେକ ବ୍ଲକରେ ବିଜେଡ଼ି ପ୍ରାର୍ଥୀ ବିପୁଳ ଭୋଟରେ ପ୍ରତିଦ୍ବନ୍ଦୀକୁ ହରାଇ ବିଜୟୀ ହୋଇଛନ୍ତି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ୨୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୮ ଟିରେ ବିଜେଡ଼ି ବାଜିମାତ କରିଛି । ବିଜେଡିର ଏହି ବିଜୟ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମେ ଭେଟିଥିଲୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ଲୋକେ ବିଜେଡ଼ିକୁ ଭୋଟ ଦେଇଛନ୍ତି । ଚଳିତ ନିର୍ବାଚନରେ ବିଜେଡି ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.