ଝାରସୁଗୁଡାରେ ପହଞ୍ଚିଲେ ୧୩ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ, ଭାବବିହ୍ବଳ ହେଲେ ପରିବାର - ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଝାରସୁଗୁଡ଼ାରେ ସ୍ବାଗତ
🎬 Watch Now: Feature Video
ଝାରସୁଗୁଡ଼ା: ଋଷ ଓ ୟକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ସମୟରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି । ଭାରତ ତଥା ଓଡ଼ିଶାର ବହୁ ଛାତ୍ରଛାତ୍ରୀ ୟୁକ୍ରେନର ବିନିସ୍କା ଏବଂ ଖାରକିଭରେ ରହି ମେଡିକାଲ ପାଠ ପଢୁଛନ୍ତି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାରୁ ବହୁ ଆଶା ଆଶଙ୍କାରେ ରହି କେମିତି ଘରକୁ ଫେରିବେ ସେହି ଚିନ୍ତାରେ ରହିଥିଲେ ଛାତ୍ରଛାତ୍ରୀ । ଏପଟେ ଭାରତ ସରକାରଙ୍କ 'ଅପରେସନ ଗଙ୍ଗା' ମାଧ୍ୟମରେ ଆଜି ଓଡ଼ିଶାର ୧୩ଜଣ ଛାତ୍ରଛାତ୍ରୀ ଦିଲ୍ଲୀରୁ ବିମାନ ଯୋଗେ ନିଜ ଭିଟା ମାଟିକୁ ଫେରିଛନ୍ତି । ପରିବାର ବର୍ଗ ନିଜ ସନ୍ତାନଙ୍କୁ ଝାରସୁଗୁଡା ବିମାନ ବନ୍ଦରରେ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ । ୟୁକ୍ରେନରୁ ଫେରିଥିବା ସମସ୍ତ ଛାତ୍ରଛାତ୍ରୀ ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼,ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାର ହୋଇଥିବା ସୂଚନା ରହିଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST