thumbnail

ପୌର ଫାଇଟ: ନାମାଙ୍କନ ପତ୍ର ପ୍ରତ୍ୟାହାର କରି ବିଜେଡିରେ ଯୋଗଦେଲେ ମନୋଜ ସଗରିଆ

By

Published : Mar 15, 2022, 7:55 PM IST

Updated : Feb 3, 2023, 8:19 PM IST

ନବରଙ୍ଗପୁର: ପୌରପାଳିକାରେ ପୌରାଧ୍ୟକ୍ଷ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ମନୋଜ ସଗରିଆ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କଥା କହିଛନ୍ତି । ଜିଲ୍ଲାର ଯୁବ ସମାଜସେବୀ ମନୋଜ ସଗରିଆ ପୂର୍ବରୁ ବିଜେପିରେ ରହି କାମ କରୁଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ଓ ପରେ ବିଜେଡିରୁ ଟିକଟ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପୌରାଧ୍ୟକ୍ଷ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ସେ ନାମଙ୍କନପତ୍ର ପ୍ରତ୍ୟାହାର କରି ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ନବରଙ୍ଗପୁର ନଗର ସଭାପତି ପ୍ରମୋଦ ରଥ ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ଥିଲେ । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.