ଜଗତସିଂହପୁରରେ ଧାନମଣ୍ଡି ସମସ୍ୟା, ଆନ୍ଦୋଳନର ଧମକ ଦେଲେ ଚାଷୀ

By

Published : Mar 9, 2022, 10:59 PM IST

Updated : Feb 3, 2023, 8:19 PM IST

thumbnail

ଜଗତସିଂହପୁର ଉପକଣ୍ଠ ତରଡାପଡା ଅଞ୍ଚଳରେ ଧାନମଣ୍ଡି ସମସ୍ୟା ଦେଖିବାକୁ ମିଳିଛି । ଏହାକୁ ନେଇ ଆଜି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପ୍ରଭାବିତ ଚାଷୀ । ତରଡାପଡ଼ା ଗ୍ରାମ୍ୟବ୍ୟାଙ୍କ ଅଧିନରେ ଆସୁଥିବା ହଜାର ହଜାର ଚାଷୀ ଧାନକୁ ମଣ୍ଡିରେ ପକାଇ ରଖିଛନ୍ତି । ମିଲର ଆସୁ ନଥିବାରୁ ଧାନ ଉଠିପାରୁ ନାହିଁ । 15 ଦିନ ହେବ ଚାଷୀଙ୍କ ଧାନ ପଡି ରହିଛି। କେତେକ ଚାଷୀଙ୍କ ଟୋକନ ଅବଧି ମଧ୍ୟ ଶେଷ ହୋଇଛି । ଟୋକେନ ଅବଧି ଶେଷ ହେବାରୁ କେତେକ ଚାଷୀ ମଣ୍ଡିରୁ ଧାନ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ନାଉଗାଁ ଅଞ୍ଚଳର କେତେକ ଚାଷୀ ଜିଲ୍ଲାପାଳଙ୍କୁ ଭେଟିବା ସହ ମଣ୍ଡିରୁ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ଏକାସାଙ୍ଗରେ ସମସ୍ତ ଚାଷୀ ଧାନ ମଣ୍ଡିକୁ ଆଣିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ସେପଟେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କଥା କହିଛନ୍ତି ବିଭାଗୀୟ ଅଧିକାରୀ । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.