Panchayat Poll: ନିର୍ବାଚନ ପ୍ରଚାରରେ ଜର୍ମାନୀ ଫେରନ୍ତା ଓଡ଼ିଆ ମଧୂସୁଦନ ପାତ୍ର

By

Published : Feb 13, 2022, 8:44 PM IST

Updated : Feb 3, 2023, 8:11 PM IST

thumbnail

ନିଆଳି: ପଞ୍ଚାୟତ ଦଖଲ ପାଇଁ ଆପ୍ରାଣେ ଚେଷ୍ଟା କରୁଛନ୍ତି ବିଭିନ୍ନ ବର୍ଗର ପ୍ରାର୍ଥୀ । କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀରେ ୪୫ଟି ପଞ୍ଚାୟତ ଓ ସାତଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର କଣ୍ଟାପଡ଼ା ବ୍ଲକ୍ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସମସ୍ତଙ୍କ ନଜରରେ ରହିଛି । ଏହି ପଞ୍ଚାୟତରେ ୪ଟି ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚିତ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ମାତ୍ର ବ୍ରାହ୍ମଣବାଟି ପଞ୍ଚାୟତରୁ ବର୍ତ୍ତମାନର ସମିତି ସଭ୍ୟ ଦିପ୍ତିମୟୀ ପାତ୍ରଙ୍କ ସ୍ବାମୀ ତଥା କଟକ ଜିଲ୍ଲା ଉପସଭାପତି ବଳରାମ ପାତ୍ରଙ୍କ ବଡ ପୁଅ ପ୍ରବାସୀ ଓଡ଼ିଆ ମଧୂସୁଦନ ପାତ୍ର ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ପ୍ରାର୍ଥୀ ହୋଇଥିବାରୁ ଏହି ପଞ୍ଚାୟତରେ ନିର୍ବାଚନ ଉଷ୍ମତା ଅଧିକ ବୃଦ୍ଧି ପାଇଛି । ସେ ଦୀର୍ଘ ୨୦ ବର୍ଷ କାଳ ଜର୍ମାନୀରେ ରହିବା ପରେ ଘରକୁ ଫେରିଛନ୍ତି । ଆଜି(ରବିବାର) ମଧୁସୂଦନ ପାତ୍ରଙ୍କ ସମେତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ରୋଡ ସୋ ମାଧ୍ୟମରେ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ।  ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.