ଅନବସର ଏକାଦଶ ଦିବସରେ ଅଲାରନାଥଙ୍କ ମଙ୍ଗଳ ଆଳତି

By

Published : Jul 5, 2021, 6:48 AM IST

Updated : Jul 5, 2021, 8:47 AM IST

thumbnail

ଅନବସର ଏକାଦଶ ଦିବସରେ ଅଲାରନାଥଙ୍କ ମଙ୍ଗଳ ଆଳତି । ଏହି ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରଭୁ ଅଣସର ଘରକୁ ଯିବା ପରେ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । ତେବେ ଅନବସରରେ ଜଗନ୍ନାଥଙ୍କ ଗୁପ୍ତ ସେବା ଚାଲିଥାଏ। ଏହି ସମୟରେ ଭକ୍ତ ମାନେ ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ଵ୍ରହ୍ମରିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଜଗନ୍ନାଥଙ୍କୁ 350 ଦିନ ଦର୍ଶନ କରିବାରେ ଯେଉଁ ପୁଣ୍ୟ ଅର୍ଜନ ହୋଇଥାଏ, ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ ।

Last Updated : Jul 5, 2021, 8:47 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.