thumbnail

By

Published : Aug 6, 2021, 12:16 PM IST

ETV Bharat / Videos

ଆଇସକ୍ରିମ କାଠିରେ ପୁରୁଷ ହକି ଟିମକୁ ଶୁଭେଚ୍ଛା

ପୁରୀ: ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ । ଟିମର ଏହି ସଫଳତା ପାଇଁ କୋଣ ଅନୁକୋଣରୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ପୁରୀର ନନ୍ଦିନୀ ପଟ୍ଟନାୟକ ତାଙ୍କ ନିଆରା କଳାକୃତିରେ ବିଜୟୀ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଆଇସିକ୍ରିମ କାଠିରେ ସେ ଏକ ସ୍ବତନ୍ତ୍ର କଳାକୃତି କରି ଭାରତୀୟ ପୁରୁଷ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ନନ୍ଦିନୀ । ଏହା ପୂର୍ବରୁ ବି ନନ୍ଦିନୀ ଆଇସିକ୍ରିମ କାଠିରେ ଅଲମ୍ପିକ ଷ୍ଟାଡିୟମ ପ୍ରତିକୃତି ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଏହା ସହିତ ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ରୌପ୍ୟ ଜିତିଥିବା ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆଇସକ୍ରିମ ଆର୍ଟରେ ସିନ୍ଧୁଙ୍କୁ ଦେଇଥିଲେ ଶୁଭେଚ୍ଛା ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.