Budget 2022-23: କେନ୍ଦ୍ର ବଜେଟ୍‌କୁ 10ରୁ 5 ମାର୍କ ଦେବି କହିଲେ ପ୍ରଫୁଲ୍ଲ ଘଡେଇ

By

Published : Feb 1, 2022, 9:35 PM IST

thumbnail

ଭୁବନେଶ୍ବର: ଆସିଲା ବଜେଟ 2022-2023 । ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏ ବଜେଟକୁ ନେଇ କଣ କହୁଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ। ବଜେଟରେ ଭାରତ ବର୍ଷର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ କୌଣସି ଝଲକ ଦେଖିବାକୁ ମିଳିଲାନି । ଭାରତର ବଡ଼ ପରିବର୍ତ୍ତନ ହେବା ଭଳି କୌଣସି ନୂତନତ୍ଵ ଏ ବଜେଟରେ ପ୍ରକାଶ ପାଇଲା ନାହିଁ । ବେକାରୀ ସମସ୍ୟା ଦୂର କରିବାରେ ସରକାର ବିଫଳ,ଏ ବଜେଟରେ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ଉଲ୍ଲେଖ ନାହିଁ । ବରଂ ଏ ବଜେଟରେ ସଂକୀର୍ଣ୍ଣତା ପ୍ରକାଶ ପାଇଛି। ମୁଁ ବ୍ୟକ୍ତିଗତ ଭାବରେ 10 ରୁ 5 ନମ୍ବର ଦେବି ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ। ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.