Jawad Effect: ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡା, ଅସ୍ତବ୍ୟସ୍ତ ଜନଜୀବନ - ବାତ୍ୟା ଜୱାଦ ଖବର

🎬 Watch Now: Feature Video

thumbnail

By

Published : Dec 5, 2021, 7:34 PM IST

କେନ୍ଦ୍ରାପଡା: ଜିଲ୍ଲାରେ ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଗତକାଲି ଝିପଝିପି ବର୍ଷା ଦିନରେ ଲାଗି ରହିଥିବା ବେଳେ ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ସାଙ୍ଗକୁ ଆଜି ଦିନ ସମୟରେ ଅତିପ୍ରବଳ ବର୍ଷା ଓ ଘଡଘଡି ଜିଲ୍ଲାରେ ଅନୁଭୂତ ହୋଇଛି । ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି ବିପଦଜନକ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀ ଓ ଅନ୍ୟ ସାଇକ୍ଲୋନ ସେଲ୍ଟରରେ ରଖାଯାଇଛି । ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି । ବାତ୍ଯାରେ ପବନର ବେଗ ୬୦ କିମିରୁ ଉର୍ଦ୍ଧ୍ବ ବହୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକ-୧୯ ମିମି, ପଟ୍ଟାମୁଣ୍ଡାଇ-୨୭ ମିମି, ମାର୍ଶାଘାଇ-୩୬ ମିମି, ମହାକାଳପଡ଼ା-୪୬ ମିମି, ଆଳି-୨୦ ମିମି, ରାଜକନିକା-୪୨ ମିମି, ରାଜନଗର-୬୫ ମିମି, ଗରଦପୁର-୪୮ ମିମି ଓ ଡେରାବିଶ୍ ବ୍ଲକରେ ୧୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଜନିତ ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ବିଲରୁ ପାଚିଲା ଧାନ ଅମଳ କରିବା ଚାଷୀ ପକ୍ଷରେ କଷ୍ଟସାଧ୍ୟ। ଅନ୍ୟପଟେ ବାତ୍ୟାର ଭୟ ଛାଡିଥିଲେ ମଧ୍ୟ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏଭଳି ବର୍ଷା ଯଦି ଲାଗିରହେ ତେବେ ଜଳବନ୍ଦୀ ହେବାର ସମ୍ଭାବନା ମଧ୍ଯ ରହିଛି। ସେପଟେ ଲଗାଣ ବର୍ଷା ଫଳରେ ଜମିରେ ଭାସୁଛି ପାଚିଲା ଧାନ । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.