thumbnail

By

Published : Aug 18, 2021, 7:30 PM IST

ETV Bharat / Videos

ଦେଶରେ ନଂ ୧ ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ କଲେ ସୁର

ଭୁବନେଶ୍ବର : ନବୀନଙ୍କୁ ସୁରଙ୍କ କଟାକ୍ଷ। ଜାତୀୟସ୍ତରରେ ନବୀନ ନଂ ୧ କୁ ନେଇ ଥଟ୍ଟା ପରିହାସ କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ' ମୁଡ ଅଫ ଦ ନେସନ ସର୍ଭେ ' ଏକ ଜାତୀୟ ଗଣମାଧ୍ୟମ ଆଧାରରେ କୋଭିଡ ପରିଚାଳନାରେ ସମଗ୍ର ଦେଶରେ ନବୀନ ପଟ୍ଟନାୟକ ହେଉଛନ୍ତି ଶୀର୍ଷ ନେତା। ରାଜ୍ୟରେ କୋଭିଡ ପରିଚାଳନା କ୍ଷେତ୍ରରେ ସେ ଏକ ନମ୍ବର ନେତା ଭାବରେ ନିଜର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିଛନ୍ତି । ତେବେ ଏହାର ୨୪ ଘଣ୍ଟା ନପୁରୁଣୁ ନବୀନଙ୍କୁ କଟାକ୍ଷ କରିଛନ୍ତି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ରାଜ୍ୟରେ ଚାଷୀ ହତାଶ, ମହିଳା ମାନେ ଅସୁରକ୍ଷିତ, ଯୁବ ବର୍ଗଙ୍କୁ ଚାକିରୀ ନାହିଁ, ଆଦିବାସୀଙ୍କୁ ଅଧିକାର ଦେବାରେ ନଂ 1 । ତେଣୁ ନକହିଲେ ଭଲ । ସାରା ଦେଶରେ ନବୀନ ବିଭିନ୍ନ କ୍ଷେତ୍ରରେ ନିଜକୁ ନଂ 1 ନେତା ଭାବେ ପ୍ରତିପାଦିତ କରିପାରିଛନ୍ତି। ନବୀନଙ୍କ ଭାବମୂର୍ତ୍ତୀ ସମଗ୍ର ଦେଶରେ ଶ୍ରେଷ୍ଠ । ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.