thumbnail

ରାଜଧାନୀରେ 'ଚିତଉ ପିଠା' ପ୍ରଦର୍ଶନୀ ଦେଉଛି ଗ୍ରାମାଞ୍ଚଳର ମହକ

By

Published : Aug 9, 2019, 8:02 PM IST

ଭୁବନେଶ୍ବର: ଓଡିଆ ସଂସ୍କୃତିରେ 12 ମାସରେ 13 ପର୍ବ ପାଳିତ ହୁଏ । ତନ୍ମଧ୍ୟରୁ ଚିତଉ ଅମାବାସ୍ୟା ଆଉ ଏକ ଗଣପର୍ବ । ଆଉ ଏହି ଗଣପର୍ବକୁ ବେଶ ଧୁମଧାମରେ ପାଳନ କରିଛନ୍ତି ରାଜଧାନୀବାସୀ । ସାଧା, ମସଲା, ପୁରଦିଆ ଆଦି ବିଭିନ୍ନ ପ୍ରକାର ଚିତଉ ଦେଖିବା ସହ ଚାଖିବାକୁ ମିଳିଥିଲା ରାଜଧାନୀରେ ଆୟୋଜିତ 'ଚିତଉ ପିଠା' ପ୍ରଦର୍ଶନୀରେ । 'ସମ୍ଭାବନା' ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ଓଡିଆ ଗୃହିଣୀମାନେ ନିଜ ଘରୁ ପିଠା ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶନ କରିଛନ୍ତି ।  ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ଚିତଉ ପିଠା ପ୍ରଦର୍ଶନୀକୁ ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଭଦ୍ର ଉଦଘାଟନ କରିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.