ଅଫେରା ରାଇଜରେ ରାୱତ, ଲୁହଭିଜା ଆଖିରେ ବିଦାୟ ଦେଲା ଭାରତ

By

Published : Dec 10, 2021, 8:22 PM IST

thumbnail
ହାଇଦ୍ରାବାଦ: ବିଦାୟ..ବିଦାୟ..ବିଦାୟ । ସେନାର ସର୍ବୋଚ୍ଚ ସେନାପତିଙ୍କୁ ଲୁହଭିଜା ଆଖିରେ ବିଦାୟ ଦେଲା ଦେଶ । ସଭିଏଁ ଭାବୁକ । ସଭିଙ୍କ ମନରେ କୋହ । ବୀରଯୋଦ୍ଧା ବିପିନ ରାୱତଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ । ଗୋଟିଏ ଜୁଇରେ ଜଳିଲେ ରାୱତ ଦମ୍ପତି । ଶେଷକୃତ୍ୟ କ୍ରିୟା ସମାପନ କଲେ ସିଡିଏସଙ୍କ ଦୁଇ ଝିଅ କ୍ରିତିକା ଓ ତାରିଣୀ ( Daughters Lit Bipin Rawat funeral pyre)। ପୂର୍ଣ୍ଣ ସାମରିକ ସମ୍ମାନ (Military Honours to CDS Bipin Rawat ) ସହ ଦିଲ୍ଲୀ କ୍ୟାଂଟ ବ୍ରାର ସ୍କୋୟାରରେ ସିଡିଏସ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ । ୧୭ ତୋପ ସଲାମି ସହ ପୂର୍ଣ୍ଣ ସୀମରିକ ମର୍ଯ୍ୟାଦାରେ ବିଦାୟ ନେଲେ ମହାନାୟକ । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.