Bridge broken in Uttarakhand: ବନ୍ୟାରେ ଭାଙ୍ଗିଲା ପୋଲ, ଦେଖନ୍ତୁ ଭିଡିଓ
🎬 Watch Now: Feature Video
ଡେରାଡୁନ: ଉତ୍ତର ଭାରତରେ ବନ୍ୟା ବିଭିଷୀକା ଜାରି ରହିଛି । ସର୍ବାଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ । ପ୍ରବଳ ବର୍ଷା ପରେ ଏହି ପାହାଡି କ୍ଷେତ୍ରରେ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ଏକାଧିକ ପୋଲ, ରାସ୍ତା, ଶତାଧିକ ଘର ଭୁଶୁଡି ପଡିଛି । ଉତ୍ତରାଖଣ୍ଡର କୋଟୱାରର ମାଲାନ ନଦୀ ଉପରେ ଥିବା ଏକ ପୋଲ ମଧ୍ୟ ବନ୍ୟାଜଳରେ ଭାସି ଯାଇଛି । ପୋଲର ମଧ୍ୟଭାଗରେ ଥିବା ଏକାଧିକ ଖମ୍ବ ବନ୍ୟାଜଳ ସ୍ରୋତରେ ଭାଙ୍ଗି ଯିହ ସହ ଧୋଇ ଯାଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଏହା ମଧ୍ୟ ପଢନ୍ତୁ:-Weather update: 16ରୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ !
ଅନ୍ୟପଟେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ସମେତ ରାଜଧାନୀ ଦିଲ୍ଲୀରେ ଏବେ ମଧ୍ୟ ବନ୍ୟା ସ୍ଥିତି ଜାରି ରହିଛି । ବର୍ଷା ହ୍ରାସ ପାଇଥିଲେ ସୁଦ୍ଧା ଅନେକ ନଦୀରେ ଜଳସ୍ତର ହ୍ରାସ ପାଇନାହିଁ । ଦିଲ୍ଲୀରେ ଏବେ ମଧ୍ୟ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଆକାଶ ମାର୍ଗରୁ ରାଜ୍ୟର ବନ୍ୟା ସ୍ଥିତି ପରିଦର୍ଶନ କରିଛନ୍ତି । ସେହିପରି ଯମୁନାର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ହରିୟାଣା ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ।