Trending Video: ପ୍ରତିଷ୍ଠା ଦିବସରେ ମନ କିଣିଲା ଜୟ ତେଲେଙ୍ଗାନା ଲେଜର ଶୋ’

By

Published : Jun 5, 2023, 8:29 PM IST

thumbnail

ହାଇଦ୍ରାବାଦ: ଉଦଯାପିତ ହୋଇଯାଇଛି ତେଲେଙ୍ଗାନା ପ୍ରତିଷ୍ଠା ଦିବସ । ଚଳିତ ବର୍ଷ ବହୁ ଆଡମ୍ବରରେ ଦଶମ ପ୍ରତିଷ୍ଠା ଦିବସ ପାଳିଛି ରାଜ୍ୟ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାରି ଭିତରେ ମୁଖ୍ୟ ଆକର୍ଷଣ ପାଲଟିଥିଲା 'ଜୟ ଭାରତ' ଲେଜର୍ ଓ ଡ୍ରୋନ ଶୋ’ । ରାଜଧାନୀ ହାଇଦ୍ରାବାଦର ଦୁର୍ଗମ ଚେରୁ ଏବଂ କେବଲ ବ୍ରିଜ୍ ଦେଇ ପ୍ରବେଶ କରିଥିଲା ଡ୍ରୋନ୍ । ଏହାପରେ ପ୍ରାୟ 15 ମିନିଟ୍ ଧରି ଚାଲିଥିଲା ଏହି ଚିତାକର୍ଷକ ଶୋ’ । ଆକାଶରେ ରଙ୍ଗ ବେରଙ୍ଗ ଆଲୋକମାଳାର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହ ତେଲେଙ୍ଗାନା ରାଜ୍ୟର ଉନ୍ନତି ନିମନ୍ତେ ପ୍ରଣୟନ କରାଯାଇଥିବା ବିଭିନ୍ନ ସ୍କିମ୍ ଗୁଡିକ ମଧ୍ୟ ଇଲେକ୍ଟ୍ରିକ୍ ଲାଇଟ୍ ଦ୍ବାରା ଖୋଲା ଆକାଶରେ ପ୍ରଦର୍ଶିତ ହୋଇଥିଲା । ଏହାସହ ଆମ୍ବେଦକର, ତେଲେଙ୍ଗାନା ପୋଲିସ ଲୋଗୋ, ସଚିବାଳୟ, କାଲେଶ୍ବରମ ପ୍ରୋଜେକ୍ଟ, ଟି-ହବ୍, ମିଶନ୍ ବାଗିରଥା ପ୍ରୋଗ୍ରାମର ପ୍ରଦର୍ଶନ ଦର୍ଶକଙ୍କୁ ମୁଗ୍ଧ କରିଥିଲା।

ଜୁନ 2 ତାରିଖ 2014 ମସିହାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଠାରୁ ଅଲଗା ହୋଇ ଏକ ନିର୍ଦ୍ଦିଷ୍ଟ ତଥା ସ୍ବତ୍ୱନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇଥିଲା ତେଲେଙ୍ଗାନା । ଯାହାକି 10 ବର୍ଷରେ ପଦାର୍ପଣ କରିଛି । ଏହାକୁ ନେଇ ରାଜ୍ୟବ୍ୟାପୀ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.