ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ନବ ଦାସ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ
🎬 Watch Now: Feature Video
ଭୁବନେଶ୍ବର: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ହେବାକୁ ଥିବା ଉପନିର୍ବାଚନ ପାଇଁ କିଏ ହେବ ପ୍ରାର୍ଥୀ ? ଏନେଇ ଆରମ୍ଭ ହେଲାଣି କଳ୍ପନାଜଳ୍ପନା । ତେବେ ଶାସକ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା । ଏପଟେ ଏହାକୁ ନେଇ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ କରିବେ ଆମେ ତାକୁ ସମର୍ଥନ କରିବୁ ବୋଲି ନବ ଦାସ କହିଛନ୍ତି । ଟିକେଟ ଦେବା ଆମେ ନିଷ୍ପତ୍ତି ନେଉ ନୁହଁ ବୋଲି ସେ କହିଛନ୍ତି । ବିଜେଡି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାହା ହିଁ ହେବ । ଝାରସୁଗୁଡା ଜିଲ୍ଲାବାସୀ ନବୀନ ବାବୁଙ୍କୁ ସବୁବେଳେ ବିଶ୍ୱାସ କରି ଆସିଛନ୍ତି ବୋଲି କହିଛନ୍ତି ନବ ଦାସ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ