thumbnail

By

Published : Mar 5, 2022, 8:01 PM IST

Updated : Feb 3, 2023, 8:18 PM IST

ETV Bharat / Videos

ଭୁବନେଶ୍ବରକୁ ବିଶ୍ବସ୍ତରୀୟ ଗ୍ରୀନସିଟି କରିବା ଲକ୍ଷ୍ୟ: ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚ ଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌ ହେବା ସହ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧ୍ୟ ଅଟନ୍ତି । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କଲେଜ ଜୀବନରେ ମଧ୍ୟ ସେ ରାଜନୀତିରେ ଜଡିତ ଥିଲେ । ଏଥିସହ କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ତେବେ ସେ ଭୁବନେଶ୍ବରକୁ ବିଶ୍ବସ୍ତରୀୟ ଗ୍ରୀନସିଟିର ପରିଣତ କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ହେବା ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ସଞ୍ଜୀବ ରାୟ ।
Last Updated : Feb 3, 2023, 8:18 PM IST

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.