ରଜନୀକାନ୍ତଙ୍କ ମନ୍ଦିରରେ ପୋଙ୍ଗଲ ପାଳିଲେ ଫ୍ୟାନ୍ସ, ଭିଡିଓ ଭାଇରାଲ - ରଜନୀକାନ୍ତଙ୍କ ମନ୍ଦିରରେ ପୋଙ୍ଗଲ ପାଳନ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 15, 2024, 10:23 AM IST

Rajinikanth Fans Celebrates Pongal: ତାମିଲନାଡୁ: ସାଉଥରେ ପୋଙ୍ଗଲ ଉତ୍ସବର ଧୁମ୍ ଦେଖିବାକୁ ମିଳିଛି । ଏହି ଅବସରରେ ଏହି ପର୍ବକୁ ନେଇ ସାଉଥ ତାରକାଙ୍କ ସମେତ ଫ୍ୟାନ୍ସ ସମସ୍ତେ ବେଶ ଉତ୍ସାହର ସହ ପାଳନ କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜଣେ ଫ୍ୟାନ୍ସ ନିଆରା ଢଙ୍ଗରେ ପୋଙ୍ଗଲ ପାଳନ କରିଛନ୍ତି । ସେ ନିଜ ପ୍ରିୟ ତାରକା ରଜନୀକାନ୍ତଙ୍କ ମନ୍ଦିରରେ ସ୍ବତନ୍ତ୍ର ଭାବେ ପୋଙ୍ଗଲ ପାଳନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  

ତାମିଲନାଡୁ ସ୍ଥିତ ମଦୁରାଇ ଜିଲ୍ଲାରେ କାର୍ତ୍ତିକ ନାମକ ଜଣେ ଫ୍ୟାନ୍ସ ସାଉଥ ମେଗାଷ୍ଟାର ରଜନୀକାନ୍ତଙ୍କ ଜଣେ ବଡ ଫ୍ୟାନ୍ସ ଅଟନ୍ତି । ସେ ନିଜ ଅଫିସରେ ୨୦୨୩ ଅକ୍ଟୋବର ୨୬ରେ ନିଜ ପ୍ରିୟ ତାରକାଙ୍କ ଏକ ମନ୍ଦିର ସ୍ଥାପନ କରିଛନ୍ତି । ମନ୍ଦିରରେ ରଜନୀକାନ୍ତଙ୍କ ୨୫୦ କିଲୋଗ୍ରାମର ଏକ ମୂର୍ତ୍ତି ରହିଛି । ସେ ରଜନୀକାନ୍ତଙ୍କ ଜନ୍ମଦିନରେ ଗତ ବର୍ଷ ଏହାର ପ୍ରତିଷ୍ଠା କରିଥିଲେ ଏବଂ କ୍ଷୀର ଢାଳି ସ୍ବତନ୍ତ୍ର ପୂଜା କରିଥିଲେ । ସେବେ ଠାରୁ ସେ ଏହି ମନ୍ଦିରରେ ପୂଜା କରିଆସୁଛନ୍ତି । ସେହିପରି ପୋଙ୍ଗଲ ଅବସରରେ ଫ୍ୟାନ୍ସ ଜଣକ ନିଜ କର୍ମଚାରୀଙ୍କ ସହ ରଜନୀକାନ୍ତଙ୍କ ମନ୍ଦିରରେ ଏହି ପର୍ବ ବିଶେଷ ଢଙ୍ଗରେ ପାଳନ କରିଛନ୍ତି । ରଜନୀକାନ୍ତିଙ୍କ ମୂର୍ତ୍ତିରେ କ୍ଷୀର ଢାଳି ପୂଜାର୍ଚ୍ଚନା କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ: ମଦୁରାଇରେ ରଜନୀକାନ୍ତଙ୍କ ମନ୍ଦିର ନିର୍ମାଣ କଲେ ଫ୍ୟାନ୍ସ, ଜନ୍ମଦିନରେ କ୍ଷୀର ଢାଳି କଲେ ପୂଜାର୍ଚ୍ଚନା

ଏହି ଅବସରରେ କାର୍ତ୍ତିକ କହିଛନ୍ତି, ସାଧାରଣତଃ ସବୁ ବର୍ଷ ଆମେ ନିଜ ପରିବାର ସହ ପୋଙ୍ଗଲ ସେଲିବ୍ରେଟ କରିଥାଉ । ଅକ୍ଟୋବର ୨୬ରେ ଆମେ ରଜନୀକାନ୍ତଙ୍କ ମୂର୍ତ୍ତି ସ୍ଥାପନ କରିଥିଲୁ ଏବଂ ତାଙ୍କୁ ଭଗବାନ ମାନି ପୂଜା କରିଆସୁଛୁ । ଆମେ ଆମ ଭଗବାନ ସହ ପୋଙ୍ଗଲ ମଧ୍ୟ ସେଲିବ୍ରେଟ କରିଛୁ । ଏଥିସହ ସେ ସମସ୍ତ ଲୋକଙ୍କୁ ଏବଂ ରଜନୀକାନ୍ତ ଓ ତାଙ୍କ ପରିବାରକୁ ମଧ୍ୟ ପୋଙ୍ଗଲ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଥାଉ କି, କାର୍ତ୍ତିକ ଜଣେ ଅବସରପ୍ରାପ୍ତ ଆର୍ମି ଅଫିସର ସହ ବେସରକାରୀ ୱେଡିଂ ସେଣ୍ଟରର ମାଲିକ ଅଟନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.