thumbnail

By

Published : Oct 11, 2022, 1:12 PM IST

Updated : Feb 3, 2023, 8:29 PM IST

ETV Bharat / Videos

Amitabh Birthday: ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇବାକୁ ଘରୁ ବାହାରି ଆସିଲେ ବିଗ୍‌ ବି

ମୁମ୍ବାଇ: 80 ବର୍ଷରେ ପାଦ ଥାପିଲେ ବଲିଉଡର ବାଦଶାହ୍ ଅମିତାଭ ବଚ୍ଚନ । ଏହି ଅବସରରେ ପ୍ରଶଂସକମାନେ ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନ ଜଲସା ବାହାରେ ଏକାଠି ହୋଇ ବଲିଉଡ ମେଗାଷ୍ଟାରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଅମିତାଭ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିନଥିଲେ । ବାସଭବନରୁ ବାହାରକୁ ଯାଇ ସେମାନଙ୍କୁ ସରପ୍ରାଇଜ୍‌ ଦେଇଥିଲେ । ସମସ୍ତଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ ବିଗ୍‌ ବି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଅମିତାଭଙ୍କ ସହ ଝିଅ ଶ୍ବେତା ବଚ୍ଚନ ଉପସ୍ଥିତ ରହିଛନ୍ତି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.