thumbnail

By ETV Bharat Odisha Team

Published : Aug 30, 2023, 9:28 AM IST

ETV Bharat / Videos

Watch: ରାଘବେନ୍ଦ୍ର ମନ୍ଦିରରେ ରଜନୀକାନ୍ତ, ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ବେଙ୍ଗାଲୁରୁ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କ ଫିଲ୍ମ ‘ଜେଲର’ର ସଫଳତାକୁ ନେଇ ବେଶ୍‌ ଖୁସି ଅଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଥିବାବେଳେ ନିକଟରେ ଅଭିନେତା ବେଙ୍ଗାଲୁରୁ ମହାନଗର ନିଗମର ବସ୍‌ ପରିବହନ ଅଫିସରେ ପହଞ୍ଚି ତାଙ୍କ ପ୍ରଶଂସକଙ୍କୁ ଭେଟିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବସ୍‌ ଡିପୋ ପରେ ଅଭିନେତା ରାଘବେନ୍ଦ୍ର ମନ୍ଦିରରେ ପହଞ୍ଚି ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି ।

ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ପହଞ୍ଚିଥିବା ରଜନୀକାନ୍ତ ରାଘବେନ୍ଦ୍ର ସ୍ବାମୀ ମଠରେ ପୂଜାର୍ଚ୍ଚନା କରିଛନ୍ତି । ମଠରୁ ଅଭିନେତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏକ ଭିଡିଓରେ ଅଭିନେତା ମନ୍ଦିର ଭିତରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ସେ ଏକ ଧଳା କୁର୍ତ୍ତା ପିନ୍ଧିିଥିଲେ । ଏହାପୂର୍ବରୁ ଅଭିନେତା ବେଙ୍ଗାଲୁରୁର ବିଏମଟିସି (ବେଙ୍ଗାଲୁରୁ ମହାନଗର ନିଗମ ପରିବହନ ନିଗମ) ଡିପୋରେ ପହଞ୍ଚି ପୁରୁଣା ସ୍ମୃତିକୁ ତାଜା କରିଥିଲେ । ଆଉ ସେଠାରେ ଥିବା ବସ୍‌ କର୍ମଚାରୀମାନେ ଅଭିନେତାଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ । ସେମାନେ ରଜନୀଙ୍କ ପାଦ ମଧ୍ୟ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଥିଲା ​। ଉଲ୍ଲେଖନୀୟ ଯେ, ରଜନୀକାନ୍ତ ଯେଉଁଠି ଦିନେ କଣ୍ଡକ୍ଟର ଥିଲେ ସେହି ବସ୍‌ଷ୍ଟାଣ୍ଡରେ ପହଞ୍ଚି ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ: Rajinikanth Surprise visit: ବେଙ୍ଗାଲୁରୁ ବସ୍‌ ଡିପୋରେ ସୁପରଷ୍ଟାର ରଜନୀକାନ୍ତ, ଦିନେ ଏଇଠି ଥିଲେ କଣ୍ଡକ୍ଟର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.