ୟୁପିରେ ଥାଲାଇଭା, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଦେଖିବେ ଫିଲ୍ମ 'ଜେଲର' - ରଜନୀକାନ୍ତ ଜେଲର

🎬 Watch Now: Feature Video

thumbnail

By

Published : Aug 19, 2023, 3:14 PM IST

ଲକ୍ଷ୍ନୌ: ବକ୍ସ ଅଫିସରେ ରଜନୀକାନ୍ତଙ୍କ ‘ଜେଲର’ର ଜଲୱା ଜାରି ରହିଛି । ଜେଲର ପାଇଁ ସବୁ ଥିଏଟର ହାଉସ୍‌ଫୁଲ ଥିବାବେଳେ, ଫିଲ୍ମର ସଫଳତାକୁ ଦେଖି ଅଭିନେତା ବି ବେଶ୍‌ ଖୁସି ଅଛନ୍ତି। ଏହି ସମୟରେ ଅଭିନେତା ରଜନୀକାନ୍ତ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛନ୍ତି । ଆଜି (ଶନିବାର) ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ସେ ତାଙ୍କ ଚଳଚ୍ଚିତ୍ର ‘ଜେଲର’ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଯିବେ ।  

ଏହା ମଧ୍ୟ ପଢନ୍ତୁ: Jailer Box Office Collection: ବକ୍ସ ଅଫିସରେ ଥଲାଇଭାଙ୍କ କ୍ରେଜ, 235 କୋଟିରୁ ଅଧିକ କଲାଣି ଆୟ

ଅନ୍ୟପକ୍ଷରେ, ଯେତେବେଳେ ସାମ୍ବାଦିକମାନେ ତାଙ୍କ ଚଳଚ୍ଚିତ୍ର ଜେଲରର ସଫଳତା ବିଷୟରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଈଶ୍ୱରଙ୍କ ଆଡ଼କୁ ଇଶାରା ଦେଇ କହିଥିଲେ ଯେ, ସବୁକିଛି ପ୍ରଭୁଙ୍କ ଇଛା। ଅଭିନେତା ରଜନୀକାନ୍ତ ତିନି ଦିନିଆ ୟୁପି ଗସ୍ତରେ ଅଛନ୍ତି। ସେ ୧୮ ରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ୟୁପିରେ ରହିବେ। ଏହି ସମୟରେ ଅଭିନେତା ଅଯୋଧ୍ୟା, ମଥୁରା ଏବଂ କାଶୀଙ୍କ ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିବେ। ଏହାପୂର୍ବରୁ ରଜନୀକାନ୍ତ ଝାଡଖଣ୍ଡର ରାଞ୍ଚିରେ ଥିଲେ। ସେ ଚିନ୍ନାମସ୍ତା ମନ୍ଦିରରେ ଦର୍ଶନ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟ 10 ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ 426 କୋଟିରୁ ଅଧିକ ଆୟ କରିଛି। ଏଥିରୁ ଆପଣ ଅନୁମାନ କରିପାରିବେ ଯେ ଲୋକଙ୍କ ମଧ୍ୟରେ ରଜନୀକାନ୍ତଙ୍କର କେତେ କ୍ରେଜ୍ ଅଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.